oom

ଗାଁ ସାଥୀ ଦୁର୍ନୀତି କରୁଥିବା ଅଭିଯୋଗ ନେଇ ବହିସ୍କାର କରିବାକୁ ଖଲଖଲି ଗ୍ରାମବାସୀ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଣୀତ ଗରିବ ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେଇଥାନ୍ତି, ଯାହା ଫଳରେ ଶ୍ରମିକ ମାନେ ବାହାର ରାଜ୍ୟକୁ ନଯାଇ ନିଜ ଭିଟାମାଟିରେ ରହି ସରକାରଙ୍କ ମନରେଗା ଯୋଜନାରେ କାମ କରିବା ସହ ନିଜ ପରିବାର ପ୍ରତିପୋଷଣ ଦିଗରେ ସହାୟକ ହୋଇଥାଏ । ମନରେଗା କାର୍ଯ୍ୟର ସହଯୋଗ ତଥା ଦେଖଭାଲ କରିବା ପାଇଁ ସରକାର ପ୍ରତି ଗ୍ରାମରେ ଦୁଇଜଣ ଗାଁ ସାଥୀ ନିଯୁକ୍ତି କରିଛନ୍ତି । ହେଲେ ଗାଁ ସାଥୀ ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକମାନେ ପାରିଶ୍ରମିକ ଟଙ୍କା ବର୍ଷ ବର୍ଷ ଧରି ପାଉନଥିବା ବେଳେ କାମ କରୁନଥିବା ଶ୍ରମିକଙ୍କ ନାମରେ ଥିବା ପାସ୍‌ବୁକ୍‌ରେ ଟଙ୍କା ଜମା ହେଉଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ନିଜେ ନିଜର ପରିବାର ସମ୍ପକୀୟ ଲୋକଙ୍କ ନେଇ କାମ ଦାବୀ କରିବା ଏବଂ ଉକ୍ତ କାଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ଲଗାଇ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବେଲପଡା ବ୍ଳକ ଧୁମାଭଟା ପଞ୍ଚାୟତ ଖଲଖଲି ଗାଁରେ ଅଲ୍ଲି ମହାକୁର ପିତା ବୁଣକୁ ମହାକୁର ଗାଁ ସାଥୀ ଭାବେ କାର୍ଯ୍ୟରତ ଅଛନ୍ତ । ସରକାରୀ ନିୟମ ଅନୁସାରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କୁ ପାଣି ସୁବିଧା, ବିଶ୍ରାମ ସୁବିଧା କରିବା ସହ ଆଘାତ ହେଲେ ଯତ୍ନ ନେବା ଦରକାର । ପାରିଶ୍ରମିକ ଟଙ୍କା ଠିକ୍ ସମୟରେ ପକାଇବା କିନ୍ତୁ ତାହା ନ କରିବା ଯୋଗୁଁ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ସମ୍ପର୍କୀୟ ମାନଙ୍କୁ ବିନା ପରିଶ୍ରମରେ ଜବ କାର୍ଡ ଆଣୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ତାଙ୍କର କାର୍ଯ୍ୟକଳାପରେ ସମ୍ପୂର୍ଣ୍ଣ ଗ୍ରାମବାସୀ ଅସନ୍ତୋଷ ଥିବାର ଜଣାପଡିଛି ସେଥିପାଇଁ ଆଜି ତାଙ୍କର ବହିଷ୍କାର ଦାବୀରେ ବେଲପଡା ବ୍ଳକ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଘଟଣାର ତଦନ୍ତ କରି ଗାଁ ସାଥୀକୁ ବହିଷ୍କାର ନ କଲେ ଆଗାମୀ ଦିନରେ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.