ବନ ବିଭାଗ ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନଖଣ୍ଡର ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ କାର୍ଯ୍ୟରତ ୭୨ ଜଣ ପାରା ଫରେଷ୍ଟ ସ୍କ୍ୱାଡ଼ ସଦସ୍ୟ ଓ ୨୮ ଜଣ ଡାଟାଏଣ୍ଟ୍ରି ଅପରେଟର ଯୋଗ ଦେଇଥିଲେ । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରାୟ ଅନେକ ବର୍ଷ ଧରି ସ୍ୱଳ୍ପ ବେତନ ପାଇ ସରକାରଙ୍କ ସମସ୍ତ କାର୍ଯ୍ୟ କରିଆସୁଛନ୍ତି ଯାହା ଏକ ଦିନ ମଜୁରୀଆ ଠୁ ବି କମ୍ ଏବଂ ଏହାକୁ ଗୋତି ଶ୍ରମିକ କହିଲେବି ଅତ୍ୟୁକ୍ତି ହେବନାହିଁ । ସ୍ୱଳ୍ପ ବେତନରେ ପରିବାର ଚଳାଇବା ବି କାଠିକର ବ୍ୟାପାର ହୋଇଯାଉଛି ବୋଲି ମତ ପ୍ରକାଶ ପାଇଛି । ପରିତାପର ବିଷୟ ଯେ, ଗୋଟିଏ କାର୍ଯ୍ୟାଳୟରେ ଗୋଟିଏ ନିୟମିତ କର୍ମଚାରୀ ଯେତିକି ସମୟ କାମ କରନ୍ତି ତା’ଠାରୁ ଢେର ସମୟ ଅଧିକ କାମ କରି ମଧ୍ୟ ଶୋଷଣର ଶିକାର ହେବାକୁ ପଢୁଛି ବୋଲି ମତ ପ୍ରକାଶ ପାଇଛି । ତେଣୁ ଏହି କୁତ୍ସିତ ଓ ଘୃଣ୍ୟ ପରମ୍ପରାର ମୂଳଉତ୍ପାଟନ କରିବା ଏବଂ ଏହାକୁ ନିୟମିତ କରିବା ନିମନ୍ତେ ସମସ୍ତ କର୍ମଚାରୀ ଏକଜୁଟ ହୋଇଥିଲେ ଏବଂ ଆଗାମୀ ଦିନରେ ଯଦି ସରକାର କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନ ନିଅନ୍ତି ତେବେ ଉକ୍ତ କର୍ମଚାରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ମତ ପ୍ରକାଶ ପାଇଛି । ଉକ୍ତ ବୈଠକରେ ସଙ୍ଘର କର୍ମକର୍ତ୍ତା ସୁରଜ କୁମାର ଅଗସ୍ତି, ବିପ୍ଳବ କୁମାର ପଟ୍ଟନାୟକ, ଆଶୁତୋଷ ବେହେରା ମାଲି, ସଂଜୀବ ପୋଢ଼, ନରେନ୍ଦ୍ର ବିଶ୍ୱାଳ, ଶ୍ରୀସନ୍ତୋଷ କୁମାର ରଣା, ଶ୍ରୀହେମନ୍ତ ବଳବନ୍ତ ରାଏ, ଗୋଲାପ ବାଗ, ପ୍ରମୋଦ ଭୋଇ ଓ ଅନ୍ୟାନମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 + seven =