୨୯ ତାରିଖରେ ୩ ଦଫା ଦାବୀ ନେଇ ଗର୍ଜିବେ ବୋଲି ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ଓଡିଶା ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ହୋଇଥିବା ବେଳେ ଏହାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକମାନେ ୨୯ ତାରିଖ ଦିନ ୩ ଦଫା ଦାବୀ ଯଥା ୨୦୦୧ଠାରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷା ସହାୟକ, ଗଣ ଶିକ୍ଷକ, କନିଷ୍ଠ ଶିକ୍ଷକ ଠିକା ନିଯୁକ୍ତି ଦିନଠାରୁ ଚାକିରି ଗଣନା କରିବା ସହିତ ୬ଟି ଇନ୍‌କ୍ରିମେଣ୍ଟ ଦେବା, ଅନ୍ୟ ରାଜ୍ୟ ଭଳି ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ପ୍ରଚଳନ କରିବା ଏବଂ ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ ଏଲିମେଣ୍ଟ୍ରି କେଡରରେ ସାମିଲ କରିବା ନେଇ ଦୁର୍ବାର ଆନ୍ଦୋଳନ ପାଇଁ ପ୍ରାଥମିକ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି । ଖବରରୁ ପ୍ରକାଶ ଯେ, ଆଜି ଜିଲ୍ଲାର ସବୁ ବର୍ଗର ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ସ୍ଥାନୀୟ ରାଧାରମଣ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଥିଲା । ଓଡିଶା ସରକାର ଠିକା ନିଯୁକ୍ତିର ସମୟ ଶେଷ ହୋଇଗଲା ବୋଲି କହି ଠିକା ନିଯୁକ୍ତିର ପ୍ରଥମ ୬ବର୍ଷକୁ ସରକାରୀ ଚାକିରିର ସମସ୍ତ ସୁବିଧା ପ୍ରଦାନ କରିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ୨୦୦୧ରୁ ସୃଷ୍ଟି କରିଥିବା ଠିକା ନିଯୁକ୍ତି ଆଳରେ ଶିକ୍ଷା ସହାୟକ, ଗଣ ଶିକ୍ଷକ, କନିଷ୍ଠ ଶିକ୍ଷକଙ୍କୁ ଏହି ସୁବିଧା ଦେବାରେ ବାଦ ଦିଆଯାଇଛି ବୋଲି ମତ ପ୍ରକାଶ ପାଇଥିଲା । ଏମାନଙ୍କୁ ସରକାରୀ ନିଯୁକ୍ତିର ସମସ୍ତ ନିୟମ ଅବଳମ୍ବନ କରାଯାଇ ନିଯୁକ୍ତି ଦିଆଯାଇଥିବା ସତ୍ତେ୍ୱ ସରକାରଙ୍କ ଐତିହାସିକ ନିଷ୍ପତ୍ତିରୁ ଏମାନେ କିଭଳି ବାଦ ପଡିଲେ ବୋଲି ପ୍ରଶ୍ନ କରାଯାଇଛି । ଆର୍ଥିକ ସଙ୍କଟ ଭିତରେ ତହବିଲରୁ ସୁଧାର ଆଣିବା ପାଇଁ ସରକାର ଚାକିରିରେ ଠିକା ନିଯୁକ୍ତି ପ୍ରକ୍ରିୟା ୨୦୦୧ରୁ ଆରମ୍ଭ କରି କମ୍‌ ପାଉଣା ଦେଇ ୬ ବର୍ଷ କାଳ ତାଙ୍କଠାରୁ ସେବା ନେଇ ସାରିଛନ୍ତି । ହେଲେ ୨୦୧୩ ମସିହାଠାରୁ ଠିକା ନିଯୁକ୍ତିକୁ ମନେ ପକାଇବା ସହ ୨୦୦୧ଠାରୁ ନିଯୁକ୍ତିକୁ ଭୁଲିଯିବା ସରକାରଙ୍କ ବୈମାତୃକ ମନୋଭାବ ନା ଷଡଯନ୍ତ୍ର ବୋଲି ପ୍ରଶ୍ନ କରାଯାଇଛି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାରେ ମୂଳଦୁଆ ପକାଉଥିବା ପ୍ରାଥମିକ ଶିକ୍ଷକଙ୍କ ଦରମା ତୁଳାନତ୍ମକ ଭାବରେ ଅତି କମ୍‌ କରିଥିବା ବେଳେ ତାଙ୍କୁ ଶିକ୍ଷା ସହାୟକ, କନିଷ୍ଠ ଶିକ୍ଷକ ଓ ଗଣଶିକ୍ଷକଙ୍କୁ ବେଠି ଖଟାଇ କମ୍‌ ପାଉଣାରେ ନିଜ ପରିବାର ପୋଷଣ ପାଇଁ ମଧ୍ୟ ସକ୍ଷମ ନ ହୋଇ ନିଃସର୍ତ୍ତରେ ୬ ବର୍ଷ କାଳ ସରକାରଙ୍କୁ ସେବା ପ୍ରଦାନ କରିବା ସତ୍ତେ୍ୱ ସରକାର ପ୍ରାଥମିକ ଶିକ୍ଷକଙ୍କ କଥା ଭୁଲିଯିବା ସମଗ୍ର ପ୍ରାଥମିକ ଶିକ୍ଷକ ଓ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଏକ ଉପହାସ ବୋଲି ମନ୍ତବ୍ୟ ରଖାଯାଇଛି । ଏ ପରିପ୍ରେକ୍ଷୀରେ ୩ ଦଫା ଦାବୀ ନେଇ ୨୯ ତାରିଖ ଦିନ ବଲାଙ୍ଗିର ଜିଲ୍ଲାର କଳାମଣ୍ଡଳ ପଡିଆଠାରୁ ବାହାରି ସବୁ ବର୍ଗର ଶିକ୍ଷକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରି ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରିବେ ଏବଂ ବହୁ ସଂଖ୍ୟାରେ ସବୁ ବର୍ଗର ଶିକ୍ଷକମାନେ ଯୋଗଦାନ କରନ୍ତୁ ବୋଲି ବଲାଙ୍ଗିର ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶିତୋଷ କୁମାର ପାଣିଗ୍ରାହୀ, ସଂପାଦକ ଚକାନନ୍ଦ କମ୍ପ, କାର୍ଯ୍ୟକାରୀ ସଭାପତି କରୁଣା ପଟେଲ, ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜୟନ୍ତୀଲାଲ ସାହୁ, ତରଣୀ ପ୍ରଧାନ, ଉକାଲୁ ସା, ଦେବକାନ୍ତ ମେହେର, ସଂଜୀବ ଷଡଙ୍ଗି, ଦେବଦତ୍ତ ପଟେଲ, ସୁମନ ସାହୁ, ଶୁଶିଲ ପୋଡ ଜ୍ୟୋତି ପ୍ରକାଶ ଷଡଙ୍ଗି, କୋଷରାଜ ବେହେରା ଓ ଅକ୍ଷୟ ଧରୁଆ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.

10 + six =

error: Content is protected !!