jsm

ଅମୃତ ମହୋତ୍ସବରେ ବଲାଙ୍ଗିରର ବରପୁତ୍ରଙ୍କୁ ଅମୃତ ସମ୍ମାନ ପ୍ରଦାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ସ୍ଥାନୀୟ ପତିତପାବନ ଏକାଡେମୀ ସଭାକକ୍ଷରେ ପଣ୍ଡିତ ଗଦାଧର ସ୍ମୃତି ସମିତି ଓ ପୂଜ୍ୟପୂଜା ସେବା ସଂଗଠନର ମିଳିତ ଉଦ୍ୟମରେ ସଭାପତି କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଅମୃତ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ବିଶ୍ୱାତ୍ମ ଚେତନା ପରିଷଦର ପ୍ରତିଷ୍ଠାତା ସ୍ୱାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟବକ୍ତା ଓ ପୂଜ୍ୟପୂଜା ସେବା ସଂଗଠନର ସଂସ୍ଥାପକ ମଦନ ମୋହନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମାଜରେ ପୂଜ୍ୟମାନଙ୍କର ଉପଯୁକ୍ତ ପୂଜା ଓ ସମ୍ମାନ ହୋଇ ପାରିଲେ ଦେଶ ଓ ସମାଜର ଉନ୍ନତି ହେବା ସହିତ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୭୫ ବର୍ଷରୁ ଅଧିକ ଯେଉଁ ବରପୁତ୍ରଙ୍କୁ ସମ୍ମାନିତ କରାଯଇଥିଲା ସେମାନେ ହେଲେ ପ୍ରାଣବଂଧୁ ନାୟକ, ଡା. ସଦାଶିବ ପଟ୍ଟନାୟକ, ବିନୋଦ ବିହାରୀ ମିଶ୍ର, ଲକ୍ଷ୍ମୀକାନ୍ତ ଦାଶ, ଟିକେଶ୍ୱର ଗୁରୁ, ବାଞ୍ଛାନିଧି ରଥ, ପଣ୍ଡିତ ଜୟକୃଷ୍ଣ ଦାସଶର୍ମା, ରାସେଶ୍ୱରୀ ମିଶ୍ର, ଡା. କୃଷ୍ଣ ପ୍ରସାଦ ବହିଦାର, ଘାସିରାମ ମିଶ୍ର, ଶଶି ଭୂଷଣ ମିଶ୍ର, ଉଦୟନାଥ ଦର୍ଜୀ, ଡ. ରାଧାକାନ୍ତ ମିଶ୍ର, ଶାନ୍ତିଲତା ବହିଦାର, ଶଶଧର ଦାଶ, ଅଭିମନ୍ୟୁ ମିଶ୍ର, ବିକ୍ରମାନନ୍ଦ ବହିଦାର, ନାମଯଜ୍ଞ ମିଶ୍ର, ଆଦିକନ୍ଦ ଷଡଙ୍ଗୀ, ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ, ନିଳମଣି ମିଶ୍ର, କାଳି ପ୍ରସାଦ ଷଡଙ୍ଗୀ, ଡା ରୁକ୍ମିଣୀ ଉଦ୍‌ଗାତା, ରାହାସ ବିହାରୀ ମାଝି, ବିବେକାନନ୍ଦ ମିଶ୍ର, ଡା. ଜ୍ୟୋସ୍ନାମୟୀ ମହାପାତ୍ର, କପିଳ ପତି ଓ ଜଗଦାନନ୍ଦ ଛୁରିଆ । ସଭା ଆରମ୍ଭରେ ଡା. ଅଶୋକ କୁମାର ସେଠୀ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିବା ବେଳେ ସଂପାଦକ ମଧୁ ସାହୁ ସଭା ପରିଚାଳନା କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଜ୍ୟୋତି ରଂଜନ ମିଶ୍ର । ପଣ୍ଡିତ ଗଦାଧର ସ୍ମୃତି ସମିତିର ଆଭିମୁଖ୍ୟ ଆଲୋକ ରଂଜନ ଉଦ୍‌ଗାତା ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅଚ୍ୟୁତାନନ୍ଦ ଉଦ୍‌ଗାତା, ମାଳତି ଉଦ୍‌ଗାତା, ଚୁଡେନ୍ଦ୍ର କୁମାର ବେହେରା, ହୃଷିକେଶ ପୁରୋହିତ, ଦୁର୍ଗା ଚରଣ ସାହୁ, କେଶବ ଚନ୍ଦ୍ର ମିଶ୍ର, ଅରୁଣ ଖୁଆସ, ତନୁଜା ପତି, ଚିନ୍ମୟୀ ଉଦ୍‌ଗାତା, ସରିତା ଉଦ୍‌ଗାତା, ତପସ୍ୱିନୀ ପଶାୟତ, ବୀଣାପାଣି ଆଚାର୍ଯ୍ୟ, କୁଶୁମ ଶତପଥି, ରଂଜିତା ମିଶ୍ର, ସଂଯୁକ୍ତା ମିଶ୍ର, ନିହାରିକା ମିଶ୍ର ଓ ଅନୁପମା ମିଶ୍ର । ଶେଷରେ ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.