csstore

ଅନାଥ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ନିମନ୍ତେ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଢୋଲମାନ୍ଦଲ ଗ୍ରାମପଞ୍ଚାୟତର ଢୋଲମାନ୍ଦଲ ଗାଁ ମାଝିପଡ଼ାର ଡମ୍ବରୁ ମାଝି ଓ ସ୍ତ୍ରୀ ସାବିତ୍ରୀ ମାଝି ଦୁହେଁ କିଡିନି ଓ ସିକ୍‌ଲିନ୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ଶିଶୁମାନେ ନିଜ ନିରୀହ ବିଧବା ଆଈ ମାଆଙ୍କ ପାଖରେ ରହି ନିଜ ଗାଁ ସ୍କୁଲରେ ପାଠପଢୁଛନ୍ତି । ଏହି ବିଷୟରେ ସରପଞ୍ଚ ଗୋଲାପୀ ମେହେର ଖବର ପାଇ ଶିଶୁମାନଙ୍କୁ ଏବଂ ନିରିହ ବିଧବା ବୃଦ୍ଧାକୁ ରାସନ୍ କାର୍ଡର ସୁବିଧା କରିଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଯୋଜନା ଦିଆଯିବା ନିମନ୍ତେ ସିଡ଼ିପିଓଙ୍କୁ ଜଣାଇଥିଲେ ସୁଦ୍ଧା ଏଯାଏଁ ସେମାନଙ୍କୁ ଆଶୀର୍ବାଦ ଯୋଜନାର ସୁଯୋଗ ମିଳିନଥିବାରୁ ଅନାଥ ଶିଶୁମାନଙ୍କୁ କେବେ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ ବୋଲି ପ୍ରଶ୍ନ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.