jsm

ବନୁପାଲି ଅଙ୍ଗନଦୀ ଠାରୁ ସିଧାସଳଖ ଗୁଠୁର୍ଲାକୁ ଜଳଯୋଗାଣ ପାଇଁ ଦାବୀ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ବୁଡାମାଲ ପଞ୍ଚାୟତର ଗୁଠୁର୍ଲା ଗ୍ରାମବାସୀ ଜଳଯୋଗାଣ ସମ୍ବନ୍ଧରେ ଲିଖିତ ଆକାରରେ ଏକ ଦାବୀପତ୍ର ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଠାରେ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ବନୁପାଲି ଅଙ୍ଗନଦୀ ଠାରୁ ସଁପିଆ, କଂସର, ବୁଡାମାଲ ଦେଇ ଗୁଠୁର୍ଲା ଗ୍ରାମକୁ ପାନୀୟଜଳ ଯୋଗାଇବା ପାଇଁ ସରକାରୀ ଯୋଜନାରୁ ଏକ ପ୍ରକଳ୍ପ ମଞ୍ଜୁର ହୋଇଛି । ଏହାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇ ସାରିଛି । ବନୁପାଲି ଠାରୁ ଗୁଠୁର୍ଲାକୁ ୩ କିଲୋମିଟର ଦୂରତା ଅଟେ । ଏହି ଜଳ ଯୋଗାଣ ପ୍ରକ୍ରିୟାକୁ ସଁପିଆ, କଂସର, ବୁଡାମାଲ ଦେଇ ପରିବର୍ତ୍ତନ କରି ସିଧାସଳଖ ଗୁଠୁର୍ଲାକୁ ଜଳ ଯୋଗାଇବା ନିମନ୍ତେ ଗ୍ରାମବାସୀ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଠାରେ ଦାବୀ କରିଛନ୍ତି । ଏହା କରିବା ଦ୍ୱାରା ଗ୍ରାମବାସୀ ସହଜରେ ପାଣି ପାଇବେ । ନତୁବା ସଁପିଆ, କଂସର, ବୁଡାମାଲ ଦେଇ ଜଳ ଯୋଗାଇବା ଦ୍ୱାରା ଆଠ କିଲୋମିଟର ଦୂରତାକୁ ପାଣି ନିଅଣ୍ଟ ହେବାର ସମ୍ଭାବନା ବୋଲି ଗ୍ରାମବାସୀ ରାଜ କୁମାର ଦାସ, ସାହେବ ଅମରୀ, ରାଜେନ୍ଦ୍ର ରଣା, ବୃଦ୍ଧଦେବ ଦାସ, ଜଗଦିଶ ପ୍ରଧାନ, କିଶୋର ଦାସ, ଜଗଦିଶ ପ୍ରଧାନ, ପର୍ଶୁରାମ ଦାସ, ଫକିର ମୋହନ ଦାସ, ଟୁପପେନ୍ଦ୍ର ମେହେର, ମନୋହର ଦାସ ପ୍ରମୁଖ ଦାବୀ କରିଛନ୍ତି ।

yuvodaya
Leave A Reply

Your email address will not be published.