jayashree

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ, (ମୁନ୍ନା ସାହୁ) : ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ଦାବୀ କଲା ଆମ୍ ଆଦମୀ ପାର୍ଟି । ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ସମ୍ବଲପୁରଙ୍କ ଉଦେଶ୍ୟରେ ଅଭିଯୋଗ ପତ୍ର ସମ୍ମିଳିତ କରି ବରଗଡ ଉପ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିଛି ଆପ୍ । ସେହିପରି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଆପ୍ କାର୍ଯ୍ୟକତ୍‌ତ୍ତର୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୋମବାର ହୋଇ ଥିବା କାଳବୈଶାଖୀ ପବନ ଯୋଗୁଁ ବରଗଡ ଥାନା ଛକ ସ୍ଥିତ ଧନୁଯାତ୍ରା ତୋରଣ ସମ୍ପୂର୍ଣ ଭାଙ୍ଗି ଯାଇଥିଲା । ଯାହାକୁ ନେଇ ଏବେ ଦୁର୍ନୀତି, କମିଶନଖୋରିର ପ୍ରଶ୍ନ ଉଠିଛି । କୋଟିଏ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା ତୋରଣ ଏବେ ନିମ୍ନମାନର କାମ ଯୋଗୁଁ ଭାଙ୍ଗି ଯାଇଛି ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ବିନା ଟେଣ୍ଡରରେ କୋଟି କୋଟି ଟଙ୍କାର କାମ କିଏ ଓ କେମିତି ପାଇଲା ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ପୂର୍ତ୍ତ ବିଭାଗର ଅଧିକାରୀ, ଅଫିସର ମାନଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ ବୋଲି ଶ୍ରୀ ସାହୁ କହିଛନ୍ତି । ସେହିପରି ଏହି ତୋରଣ ଗୁଡିକ ବିପଦ ସଂକୁଳ ବୋଲି ସରକାର ଘୋଷଣା କରୁ ଯଦ୍ୱାରା ଲୋକମାନେ ଏହି ପାଖକୁ ନଯିବେ ଓ ଧନ ଜୀବନ କ୍ଷତି ନହେବ । ଏହାର ଏକ ନକଲ କପି ମୁଖ୍ୟମନ୍ତ୍ରୀ ଓଡିଶା, ପୂର୍ତ୍ତ ମନ୍ତ୍ରୀ, ଆରଡିସି ଓ ଜିଲ୍ଲାପାଳ ବରଗଡଙ୍କ ପାଖକୁ ପଠାଯାଇଛି, ଏହାର ନିରପେକ୍ଷ ତଦନ୍ତ ଶୀଘ୍ର କରି ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଯଦୁମଣି ପ୍ରଧାନ, ସମ୍ପାଦକ ସ୍ୱରୂପ ଭୋଇ, ମାରିୟମ ବାର୍ଲା, ଅତାବିରା ବିଧାୟକ ପ୍ରାର୍ଥୀ ଜୟ କ୍ରିଷ୍ଣା ଛୁରିଆ,ମୋଇନ ମହମ୍ମଦ, ଗୌତମ ମହାନନ୍ଦ, ସୁଦାମ ସାହୁ, ଅସିତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.