pakka

ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା କଡ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ହଟେଇବା ପାଇଁ ଦାବୀ

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି – ତୁରେକେଲା ପିଡବ୍ଲୁଡି ମୁଖ୍ୟରାସ୍ତାର ପ୍ରସ୍ତତି କରଣ ଚାଲିଛି । କଣ୍ଟାବାଞ୍ଜି ସହରଠାରୁ ଅନିତ ଦୂରରେ ନୂତନ କୋର୍ଟ ବିଲ୍‌ଡିଙ୍ଗ ଏବଂ ଆମ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଚାଲିଛି । ରାସ୍ତାର ଉଭୟ ପାଖରେ ପ୍ରସ୍ତତି କରଣ ଚାଲିଥିବା ବେଳେ ରାସ୍ତା କଡରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଗୁଡିକୁ ହଟାଯାଉ ନାହିଁ । ଫଳରେ ବୁଲାଣି ଥିବା ଅଂଚଳରେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । କଣ୍ଟାବାଞ୍ଜି – ତୁରେକେଲା ପିଡବ୍ଲୁଡି ରୋଡ୍‌ଟି ନୂଆପଡା ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ତୁରେକେଲା ବ୍ଲକ୍‌ କାର୍ଯ୍ୟାଳୟ, ହରିଶଙ୍କର ରୋଡ୍‌ ଭଳି ମୁଖ୍ୟ ସହର ଥିବାରୁ ଦୈନିକ ଶହ ଶହ ବଡ ବଡ ଗାଡିମୋଟର ଯିବା ଆସିବା କରିଥାଏ । ସ୍ଥାନୀୟ ସିମେଣ୍ଟ ଫ୍ୟାକ୍ଟ୍ରି ଏବଂ ଓଏଫଡିସି ଗୋଦାମ ନିକଟରେ ତିନିଟି ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଗୁଡିକ ରହିଥିବା ବେଳେ ରାସ୍ତା ପ୍ରସ୍ତୁତି କରଣ ବେଳେ ସେଗୁଡିକୁ ହଟାଯାଉ ନାହିଁ । ରାସ୍ତା କଡରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ଗୁଡିକ ଥିବାରୁ ଦୁର୍ଘଟଣାକୁ ଏଡାଇବା ପାଇଁ ହଟେଇବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

nineteen + 9 =

error: Content is protected !!