pakka

ଆରମ୍ଭ ହେଲା କାମନା ଦଣ୍ଡଯାତ୍ରା

bbehera

ମ.ରାମପୁର, (ହେମନ୍ତ ସାହୁ) : ଭକ୍ତି ଆଉ ବିଶ୍ୱାସର ପର୍ବ କାମନା ଦଣ୍ଡଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । ପ୍ରଥମ ଦିବସରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ । ତଳସାଗର ପଡା, ବୁରାଟ, ସୀର୍କିହେଜୁ, ପଣ୍ଡକାମାଳ (କଲୋନୀ ପଡା), ଆମ୍ବଗାଆଁ (ବାବୁ ପଡା), ଶୁଣ୍ଢୀପଡା, ବମକ, ମୋହନଗିରି ଆଦି ଦଣ୍ଡପୀଠ ନିଜର ୧୩ ଦିନାମାତ୍କ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି । ଏଇ ୧୩ ଦିନ ମ.ରାମପୁର ଅଞ୍ଚଳ ଚଳଚଞ୍ଚଳ ହୋଇପଡେ । ପ୍ରତିଦିନ ଧୂଳିଆଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ ଓ ଦଣ୍ଡନାଚ ଦେଖିବାକୁ ପ୍ରବଳମାତ୍ରାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ଏଠାରେ ସୂଚନା ଥାଉ କି, ମ.ରାମପୁର ଅଞ୍ଚଳରେ ଏହି କାମନା ଦଣ୍ଡଯାତ୍ରା ଶହେ ବର୍ଷରୁ ଅଧିକ ସମୟ ଧରି ଚାଲି ଆସୁଛି । ଦଣ୍ଡ ପୀଠ ଗୁଡ଼ିକ ପ୍ରତିଦିନ ଭିନ୍ନ ଭିନ୍ନ ଗ୍ରାମକୁ ଯାଇ ନିଜ ସେବାୟତମାନଙ୍କ ଦାଣ୍ଡରେ ଏହି କାଷ୍ଠା ଓ ନିଷ୍ଠାର ପର୍ବ ପାଳନ କରନ୍ତି ।

Leave A Reply

Your email address will not be published.

two × two =