pakka

ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ହସ୍ତତନ୍ତ ଦିବସ ପାଳିତ

bbehera

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ୧ ଏପ୍ରିଲ ମଧ୍ୟାହ୍ନ ୧୨ ଘଟିକା ସମୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଷୁରାଠାରେ ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ‘ହସ୍ତତନ୍ତ ଦିବସ’ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘର ସଇଁତଲାର ସଂପାଦକ ବରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ ସଦସ୍ୟ ସଦସ୍ୟା ହସ୍ତତନ୍ତ ଲୁଗା ପରିଧାନ କରିଥିଲେ । ଯୁବକବି ଦେବାଶିଷ ମହାପାତ୍ରଙ୍କ ସଂଯୋଜନାରେ କବିତାପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ କବୟିତ୍ରୀ କନକଲତା ପଣ୍ଡା, ହୀରାବତୀ ସାହୁ ଏବଂ କବି ସୁଧାକର ପ୍ରଧାନ, ଚୁଟୁ ନାଗ, ସନ୍ତୋଷ କୁମାର ବେହେରା, ସୁବଳ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ଶ୍ୟାମସୁନ୍ଦର ପ୍ରଧାନ, ହେମନ୍ତ କୁମାର ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ କବି ପ୍ରହଲ୍ଲାଦ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

twenty − five =

error: Content is protected !!