pakka

ଗାୟତ୍ରୀ ଆର୍ଟ ଆଣ୍ଡ୍ କ୍ରାପ୍ଟର ଚିତ୍ରକଳା ପ୍ରଦର୍ଶନୀ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଗାୟତ୍ରୀ ଆର୍ଟ ଆଣ୍ଡ୍ କ୍ରାପ୍ଟ ଓ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କ୍ରାପ୍ଟର ମୁଖ୍ୟ ଶକ୍ତିପ୍ରଦା ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶର୍ମିଷ୍ଠା କବି ଶତପଥୀ ଓ ଚିତ୍ରଶିଳ୍ପୀ ଅକ୍ଷୟ ସାମଲ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚିତ୍ରକଳା ଗୁଡ଼ିକୁ ବୁଲି ଦେଖିଥିଲେ ଓ ପ୍ରଶଂସା କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହି ପ୍ରଦର୍ଶନୀରେ ୩୫ ଜଣ ଛାତ୍ରଛାତ୍ରୀଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା । ଆବାହିକା ଶକ୍ତିପ୍ରଭାଙ୍କ ସହ ସମ୍ପ୍ରତନୟୀ ସେଠୀ, ମନିସ୍କା ଜେନା, ବାସନ୍ତୀ ଜେନା, ସୁନିତା ପୁହାଣ, ରୀତିଶା ମହାରଣା, ବବିତା ନାୟକ, ଦିପ୍ତିରଞ୍ଜନ ବେହେରା, ଦିବ୍ୟଦର୍ଶନୀ ମହାନ୍ତି, ସ୍ମୃତିରେଖା ଧଳ, ଓମ୍ ଜେନା, ତପସ୍ୱିନୀ ବାରିକ, ରଞ୍ଜନା ବେହେରା, ଅନୁଷ୍କା ବେହେରା, ସତ୍ୟ ମହାନ୍ତି, ସତ୍ୟଜ୍ୟୋତି ମହାନ୍ତି, ତିଳୋତ୍ତମା ପଣ୍ଡା, ତୃପ୍ତି ମିଶ୍ର ପ୍ରମୁଖ ଚିତ୍ର ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଠାଗାରର ଗିରିଜା ପ୍ରସାଦ ଗୋସ୍ୱାମୀ, ଲକ୍ଷ୍ମଣ ଦାସ, ଅଜୟ ପ୍ରଧାନ, ପ୍ରଦୀପ ନାୟକଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ ।ଶେଷରେ ପ୍ରଫେସର ଗୋସ୍ଵାମୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

fourteen + 5 =