om academy

୯ ଦଫା ଦାବୀ ନେଇ ବ୍ଲକ ଘେରାଉ କଲେ ବିଭିନ୍ନ ଅଞ୍ଚଳର କଂଗ୍ରେସ କର୍ମୀ

jsm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ୧୯ ଗୋଟି ଗ୍ରାମ ପଞ୍ଚାୟତର ଗତକାଲି ବିଭିନ୍ନ ଗାଁଗୁଡ଼ିକର କଂଗ୍ରେସ କର୍ମୀ ୯ ଦଫା ଦାବୀ ନେଇ ବ୍ଲକ ଘେରାଉ କରିଥିଲେ । କପ୍ସଗ୍ରେସ କର୍ମୀଙ୍କ ଦାବୀ ମୁତାବକ ରାଜ୍ୟର ବିଭିନ୍ନ ଅଫିସମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ, ବିଜୁଳି ନୀତି ବିରୁଦ୍ଧରେ ୯ ଗୋଟି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଅଗଷ୍ଟ ୧୮ ତାରିଖ ଶୁକ୍ରବାର ୧୦ ଘଣ୍ଟା ସମୟରେ “ବ୍ଳକ ଘେରାଉ” କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଉକ୍ତ ଦାବୀପତ୍ର ପ୍ରଦାନ କରାଯାଇଛି । କପ୍ସଗ୍ରେସ କର୍ମୀ ବୃନ୍ଦ କହିଛନ୍ତି ଯେ, ବିଜେଡି ସରକାର ପିସି କାରବାର
ବ୍ଳକସ୍ତରରେ ଚାଳିଥିବା ୧୫ରୁ ୫୦% ପିସି କାରବାର ବନ୍ଦ କର । ଏବେ ରାଜ୍ୟ ସରକାର ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ଦିଆଯାଉ । ଗ୍ରାମ ସଭାର କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତ୍ତି ମୁତାବକ ପାରିତ ହେବା ପରେ ପଞ୍ଚାୟତରେ ଏହି ଅର୍ଥ ଖର୍ଚ୍ଚ କରାଯାଉ । ଖାଲି ପଡିଥିବା ୨, ୨୬, ୫୫୯ ସରକାରୀ ପଦବୀକୁ ତୁରନ୍ତ ପୁରଣ କର ଏବଂ ରାଜ୍ୟର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କର। ବେକାରୀ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଅ । ପେଟ୍ରୋଲ, ଗ୍ୟାସ୍, ଡିଜେଲ୍‌, କିରୋସିନ ଭଳି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଯଥା ଲୁଣ ଠାରୁ ତେଲ ପର୍ଯ୍ୟନ୍ତ ଦରଦାମ୍ ବୃଦ୍ଧି ବନ୍ଦ କର । କୃଷି ଜାତ ପଦାର୍ଥ ଅଭାବି ବିକ୍ରି ବନ୍ଦ କର, କଟନି ଛଟନି ବନ୍ଦ କର, ବ୍ଳକ୍ ପରିସରରେ ଶୀତଳ ଜଳଭଣ୍ଡାର ଖୋଲାଯାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ବେଳେ କୌଣସି ପ୍ରକାର ପ୍ରିୟାପ୍ରତି ତୋଷଣ କରାନଯାଉ ଏବଂ ପ୍ରକୃତ ଉପଯୁକ୍ତ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ । ଏଭଳି ଅନେକ ବିଷୟରେ ଦୁର୍ନୀତି ଘଟୁଥିବାରୁ ବିଭିନ୍ନ ବିଷୟରେ ଡାକରା ପାଳନ କରି ବନ୍ଦ୍ ପାଳନ କରିଥିଲେ । ଏହି ଅବସରରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂ ସାଲୁଜା, ବ୍ଳକ୍ ସଭାପତି ଲାଲକୃଷ୍ଣ ସଲମା, କୁନା ଖାଁ, କୁଲଦୀପ ବେହେରା, ଲଲିତ ଭଏସାଲ, କାର୍ତ୍ତିକ ପୁଟେଲ, ପ୍ରମୋଦ ମହାପାତ୍ର ଏବଂ ତୁରେକେଲା ବ୍ଲକ ଅନ୍ତର୍ଗତ ୧୯ ଗୋଟି ଗ୍ରାମ ପଞ୍ଚାୟତର କପ୍ସଗ୍ରସ କର୍ମୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.