csstore

ମାଡପିଟ କେସରେ କେନ୍ଦୁପତ୍ର ଚେକର କୋଷାରାମ ନାୟକ ପଦ୍ମପୁର ଜେଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ମହିଳାଙ୍କୁ ମାଡପିଟ କରି ଟଣା ଓଟରା କରିଥିବା ଅଭିଯୋଗରେ ଝାରବନ୍ଧ ଥାନାରେ ବିଲାସପୁର ଗ୍ରାମ ସ୍ଥିତ ଲାଲମାଟିଆର କେନ୍ଦୁପତ୍ର ଚେକର କୋଷାରାମ ନାୟକଙ୍କୁ ଝାରବନ୍ଧ ପୋଲିସ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ସେ ବର୍ତ୍ତମାନ ପଦ୍ମପୁର ଜେଲରେ ଥିବା ଜଣାପଡିଛି । ଘଟଣାରୁ ଜଣାଯାଇଛି ଯେ, ଲାଲମାଟିଆର ଶ୍ରୀମତୀ ଲଳିତା ନାୟକଙ୍କୁ କୌଣସି କାରଣ ନଥାଇ ଚେକର କୋଷାରାମ ନାୟକ ଗାଁ ଦଣ୍ତରେ ଟଣା ଓଟରା କରି ମାଡପିଟ କରୁଥିବା ବେଳେ ଲଳିତାଙ୍କ ସ୍ୱାମୀ ଆନନ୍ଦରାମ ନାୟକ ନିଜ ସ୍ତ୍ରୀକୁ ଛଡାଇବାକୁ ଯାଉଥିବା ବେଳେ ତାଙ୍କୁ ମଧ୍ୟ ମାଡପିଟ କରିବାରୁ ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ବୁର୍ଲ୍ଲାରେ ଚିକିତ୍ସିତ ହେଉଛନ୍ତି । ଚେକରଙ୍କ ସହ ଭାଗିରଥି ନାୟକ ଓ ଆଶିଷ ନାୟକ ମଧ୍ୟ ମାଡପିଟ ଘଟଣାରେ ସାମିଲ ଥିଲେ । ପୋଲିସ ଦଫା ୩୪୧, ୨୯୪, ୫୦୬, ୩୨୩, ୩୫୪ରେ ଗିରଫ କରି ଚେକର କୋଷାରାମ ନାୟକଙ୍କୁ ଜେଲ ପଠାଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି । ଆଉ ଏକ କାଉଣ୍ଟର କେସ ହୋଇଥିବା ମଧ୍ୟ ପୋଲିସ ସୂଚନା ଦେଇଛି ।

jayashree
Leave A Reply

Your email address will not be published.