csstore

କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ଅନୁସୂଚିତ ଜାତି ତାଲିକାରୁ ହଟାଇବାକୁ ଦାବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦଳିତଙ୍କ ପାଇଁ ଉଦ୍ଧିଷ୍ଟ ଅନୁସୂଚିତ ଜାତି ତାଲିକାରୁ କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ହଟାଇବାକୁ ଦାବୀ ହୋଇଛି । ଓଡିଶା ରାଜ୍ୟ କୈବର୍ତ୍ତ ଓ ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟି ଏବଂ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଏହି ମର୍ମରେ ଲୋଇସିଂହା ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ସମାଜସେବୀ ଡିଙ୍ଗର କୁମ୍ଭାରଙ୍କ ତତ୍ୱାବଧାନରେ ଲୋଇସିଂହା ଅଗ୍ରସେନ ଭବନଠାରେ ଆୟୋଜିତ ଏକ ସମାରୋହରେ ହେମସାଗର ନନ୍ଦ, ପୂର୍ବତନ ବିଧାୟକ ବିନୋଦ ପାତ୍ର, ତାପସ ଦାସ, ଜନସନ ନାଗ, ଜୟନ୍ତ କୁମ୍ଭାର, ବିଜୟ ମହାନନ୍ଦ, ଲାଲମନ ନାଗ, ଝସକେତନ ମହାନନ୍ଦ, ଅଶୋକ ବାରିକ, ଲକ୍ଷ୍ମଣ ଭରାସାଗର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ପରେ ଏକ ବିଶାଳ ଶୋଭାଯାତ୍ରାରେ ନାରାବାଜି ପ୍ରଦର୍ଶନ ପୂର୍ବକ ହଜାର ହଜାର ଆନ୍ଦୋଳନକାରୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଂଚି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.