csstore

ଟିଟିଲାଗଡ଼ ଥାନା ଘେରାଉ କଲା ଆଦିବାସୀ କଲ୍ୟାଣ ସଙ୍ଘ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୁଥୁର୍‌ବନ୍ଧ ଗ୍ରାମ ପଞ୍ଚାୟତର ମହଦା ଗ୍ରାମରେ ପାର୍କ ନିର୍ମାଣକୁ ନେଇ ଗ୍ରାମବାସୀ ନିର୍ମାଣ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଏକ ବର୍ଷରୁ ଅଧିକ ସମୟ ହେବ ଦାବୀ କରି ଆସୁଛନ୍ତି । ଯେଉଁ ଜାଗାରେ ପାର୍କ ନିର୍ମାଣ କରାଯିବାକୁ ଗ୍ରାମବାସୀମାନେ ବିରୋଧ କରୁଥିଲେ, ଆଜି ସେହି ସ୍ଥାନରେ କାର୍ଯ୍ୟ କରାଯାଉଛି । ଫଳରେ ଗ୍ରାମବାସୀ ତାକୁ ବିରୋଧ କରୁଥିଲେ । ଗ୍ରାମବାସୀ କାହିଁକି ପୁଣି ଏହି ସ୍ଥାନରେ ପାର୍କ ନିର୍ମାଣ କରୁଛ ବୋଲି କହି ବିରୋଧ କରିବାରୁ ପୋଲିସ ସେମାନଙ୍କୁ ବଳ ପୂର୍ବକ ଠେଲା ପେଲା ସହ ମାଡ ମାରି ଦୁଇ ଜଣ ମହିଳାଙ୍କୁ ଗିରଫ କରି ଟିଟିଲାଗଡ ଥାନାକୁ ଆଣିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦୁଇ ଜଣ ମହିଳାଙ୍କୁ ଗିରଫ କରିଥିବା ଖବର ପ୍ରଚାରିତ ହେବା ପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସଦସ୍ୟମାନେ ଆସି ଟିଟିଲାଗଡ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଶାସନ ବିରୁଦ୍ଧରେ ନାରା ବାଜି କରି ଦୁଇ ମହିଳାଙ୍କୁ ଛାଡ଼ିବା ପାଇଁ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.