jayashree

ହମିରପୁରରେ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁରର ମିଲନ କ୍ଲବ୍ ଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମହିଳା ଆରୋଗ୍ୟ ସମିତି ଆନୁକୂଲ୍ୟରେ ସେକ୍ଟର ୧୬ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଏହି ଶିବିରରେ ଉଚ୍ଚ ରକ୍ତଚାପ, ମଧୁମେହ ଓ କର୍କଟ ରୋଗର ଚିହ୍ନଟ ତଥା ଚିକିତ୍ସା କରାଯାଇଥିଲା । ଏହି ଶିବିରରେ ମେଡିକାଲ ଅଫିସର ଡା. ପ୍ରଶାନ୍ତ ପ୍ରସାଦ, ଫାର୍ମାସିଷ୍ଟ ଜ୍ୟୋତି ରଞ୍ଜନ ମହାନ୍ତି, ସ୍ୱପ୍ନାରାଣୀ ମହାନ୍ତି, ସଞ୍ଜୟ କୁଣ୍ଡୁ, ଶାନ୍ତିଲତା ଜେନା, ଆଶା କର୍ମୀ ଅନିମା ଲାକ୍ରା (କ), ଅନିମା ଲାକ୍ରା (ଖ), ନିଳିମା ଟପ୍ପୋ, ରେବେକା ଟପ୍ପୋ, ସରୋଜିନୀ ମିଞ୍ଜ, ରେଶମା ଲାକ୍ରା, ଅରୁଣ ଧୋବା ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ପ୍ରାୟ ୭୦ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମହିଳା ଆରୋଗ୍ୟ ସମିତିର ସଭାପତି ସଞ୍ଜୁକ୍ତା ରାୟଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡ଼ଃ. ସୁମନ ଦତ୍ତ ଓ ମିଲନ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ହମିରପୁରରେ ଥିବା ସ୍ୱାସ୍ଥ୍ୟସେବା କେନ୍ଦ୍ରଟି ସେକ୍ଟର ୧୬କୁ ଉଠିଯାଇ ଥିବାରୁ ଏଠାରେ ସ୍ଥାନୀୟ ବାସିନ୍ଦାମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ବିଶେଷତଃ ବୃଦ୍ଧବୃଦ୍ଧାମାନେ ବେଶୀ ହଇରାଣ ହେଉଛନ୍ତି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.