jsm

୩ ଦଫା ଦାବୀ ନେଇ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

csstore

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ପଦମପୁର, ସେମେଲପାଲି, ଖଇରମାଲ ଗ୍ରାମବାସୀ ୩ ଦଫା ଦାବୀ ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ଦୀର୍ଘ ବର୍ଷରୁ ଦାବୀ କରି ଆସୁଥିଲେ ସୁଦ୍ଧା ବଡ ବଡ ନେତା ମନ୍ତ୍ରୀ ପ୍ରଶାସନିକ ଅଧିକାରୀ ଖାଲି ମିଛଟାରେ ସ୍ୱପ୍ନ ଦେଖାଇ ମିଛ ପ୍ରତିଶୃତି ଦେଉଛନ୍ତି ବୋଲି କହିବା ସହ ଆଜି ଉକ୍ତ ଗ୍ରାମବାସୀ ଏକତ୍ରିତ ହୋଇ ବେଲପଡା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ସେମାନଙ୍କ ଦାବୀ ଗୁଡିକ ହେଲା ପ୍ରଧାନମନ୍ତ୍ରୀ ରାସ୍ତା କାମ ଶୀଘ୍ର କରାଯାଉ, ଲାନ୍ଥନଦୀ ଓ ଜବଲାଯୋର ବିଜୁ ସେତୁ ଯୋଜନା ଶୀଘ୍ର କରାଯାଉ, ଜବର ଦଖଲ ଗୋଚର ଜମି ଶୀଘ୍ର ଉଦ୍ଧାର କରାଯାଉ ।

ସୂଚନା ଅନୁସାରେ ଏହି ତିନି ଖଣ୍ଡ ଗ୍ରାମର ଶତାଧିକ ଲୋକ ଏହି ରାସ୍ତାରେ ବେଲପଡାକୁ ପ୍ରତିଦିନ ଯିବା ଆସିବା କରିଥାନ୍ତି । ସେତିକି ନୁହେଁ ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲ ଓ କଲେଜକୁ ପାଠ ପଢିବା ପାଇଁ ଆସିଥାନ୍ତି । ବେଲପଡାକୁ ଆସିବାକୁ ହେଲେ ମଝିରେ ଏକ ଲାନ୍ଥନଦୀ ପଡୁଛି ଯାହା ଫଳରେ ବର୍ଷା ଦିନ ଆସିଲେ ଉକ୍ତ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି କିନ୍ତୁ ପ୍ରତିଶ୍ରୁତିରେ ସୀମିତ ରହିଯାଇଛି । ଏହାର ତୁରନ୍ତ ସମାଧାନ କରି ବ୍ରିଜ ନିର୍ମାଣ କରିବା ପାଇଁ ସେମାନେ ଦାବୀ କରିଛନ୍ତି । ଆଜି ଏହି ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ରାସ୍ତା ଅବରୋଧରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ବେଲପଡା ପୋଲିସ ଦ୍ଵାରା ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

yuvodaya
Leave A Reply

Your email address will not be published.