csstore

ଗାନ୍ଧୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧିଜୀ କ୍ଲବ ଗାନ୍ଧୀନଗରପଡା ଆନୁକୂଲ୍ୟରେ ଆଜିଠାରୁ ପାଞ୍ଚ ଦିନ ପାଇଁ ହେବାକୁ ଥିବା ଗାନ୍ଧୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨କୁ ବଲାଙ୍ଗିର କଂଗ୍ରେସ ଚେୟାରମେନ ପ୍ରାର୍ଥିନୀ ମିଲନୀ ସାହୁ ଓ ଗାନ୍ଧୀ ନଗର କ୍ରିକେଟ କମିଟିର ଉପଦେଷ୍ଟା ଶିବ ପ୍ରସାଦ ଦତ୍ତ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗାନ୍ଧୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ କମିଟିର ଅନୁରୋଧ ରକ୍ଷା କରି ନିଜେ ଆସି ଖେଳାଳିଙ୍କୁ ଉତ୍ସାହିତ କରିଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ । ଟୁର୍ଣ୍ଣାମେଣ୍ଟ କମିିଟିର ସଭାପତି ଥବିର ସେଲମା, ସଂପାଦକ କୁଲଦିପ ବେହେରା, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ମେହେର, ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ରାଜୀବ ବାଗ, ଗାନ୍ଧୀ ସାହୁ, ପ୍ରଶାନ୍ତ ସେଠ, ସଂଜିବ ସାହୁ, ଶୁଶାନ୍ତ ପ୍ରଧାନ, ବୁଲୁ ବଘାର, ଅମିତ ଖଟୁଆ, ଅଭିନାଶ ବେହେରା, ଅଭିଜିତ ସିଂଦେଓ, ଅଭିଶେଷ ସିଂଦେଓ, ସିନ୍ଧାନ୍ତ ସେଠ, ସୁଧିର ମହାରଣା ଓ ସମୀର ମହାନନ୍ଦ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିବାରେ ସହାୟତା କରିଥିଲେ ।

jayashree
Leave A Reply

Your email address will not be published.