pakka

ବେନ୍ଦ୍ରା ଗ୍ରାମରେ ପଂଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରାମରେ ରଘୁନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏକ ପଂଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୧୬ଟି ଦଳକୁ ନେଇ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟଟି ୧୯-୧-୨୨ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୩-୧-୨୨ ରବିବାର ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ । ତାରିଖ ୨୦-୧-୨୨ ଗୁରୁବାର ଦ୍ୱିତୀୟ ଦିନର ମ୍ୟାଚରେ ଭାଲିଆମୁଣ୍ଡା କ୍ରକେଟ ଦଳ ଓ ବୁରା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ବୁରା ଦଳ ବିଜେତା ଘୋଷିତ ହୋଇଥିବା ବେଳେ ଅମ୍ପାୟାର ଭାବେ ଅନିଲ ପଧାନ ଓ ଦାମୋଦର ମହାକୁର ଖେଳ ପରିଚାଳନା କରିଥିଲେ । ଦ୍ୱିତୀୟ ମ୍ୟାଚଟି ଉମରିଆ ଓ ଫାସଡ କ୍ରକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଉମରିଆ କ୍ରିକେଟ ଦଳ ବିଜୟୀ ଘୋଷିତ ହୋଇଥିଲା । ଉକ୍ତ ମ୍ୟାଚରେ ସୁକାନ୍ତ ଭୋଇ ଓ ଚିକୁ ଭୋଇ ଅମ୍ପାୟାର ଥିଲେ । ଆଜି କ୍ବାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ରଘୁନାଥ କ୍ରିକେଟ କ୍ଲବ ସଦସ୍ୟ ବୃନ୍ଦ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

twenty − 14 =