pakka

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ : ୟୁନାଇଟେଡ଼ କ୍ଲବ ଓ ବିକାଶ କ୍ରିକେଟ କ୍ଲବ ବିଜୟୀ

bbehera

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡଠାରେ ଭିଜନ ୨୦-୨୪ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆନ୍ତଃ କ୍ଲବ କ୍ରିକେଟ୍‌ରେ ୟୁନାଇଟେଡ କ୍ଲବ ଓ ବିକାଶ କ୍ରିକେଟ କ୍ଲବ ବିଜୟୀ ହୋଇଛି । ଆଜି ବିକାଶ ଗ୍ରାଉଣ୍ଡରେ ବରଗଡ ଫାଇଟରସ ଦଳ ପ୍ରଥମେ ବ୍ୟାଟିଂ କରି ମିହିର ମେହେରଙ୍କ ୪୭ ରନ, ଦେବେଶ ବଗାରଙ୍କ ୩୯ ରନ, ଅଭିଷେକଙ୍କ ୨୯ ରନ ଫଳରେ ୪୮.୨ ଓଭରରେ ୨୩୦/୯ ରନ କରିଥିଲେ । ୟୁନାଇଟେଡ଼ କ୍ଲବ ପକ୍ଷରୁ ସେକ ମଜହର ୪୩/୫ ୱିକେଟ, ଅବିନାଶ ସିଂ ୩୭/୩ ୱିକେଟ ନେଇଥିଲେ । ଜବାବରେ ୟୁନାଇଟେଡ ଦଳ ଶ୍ରୀକାନ୍ତ ପ୍ରଧାନଙ୍କ ୧୦୭ ରନ, ସେକ ହେୟାଟଙ୍କ ୩୬ ରନ, ମଳୟ ହାତୀଙ୍କ ୨୦ ରନ ଫଳରେ ୩୧.୫ ଓଭରରେ ୨୩୧/୫ ରନ କରି ମ୍ୟାଚ୍‌କୁ ୫ ୱିକେଟରେ ଜିତି ନେଇଥିଲା । ପ୍ରତିପକ୍ଷ ଦଳର ମୋହିତ ଅଗ୍ରୱାଲ ୨ ୱିକେଟ, ଅଭିଷେକ ୧ଟି, ଜୀୟାୟୂର୍ ରେହେମନ୍ବ ୧ ୱିକେଟ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ସଞ୍ଜୟ ନାୟକ ଓ ଗୁର୍ଦିପ ସିଂ, ସ୍କୋରର ଥିଲେ ରଜତ ଦାଶ । ସେହିପରି କଟାପାଲି ଗ୍ରାଉଣ୍ଡରେ ବିକାଶ କ୍ଲବ ବ୍ୟାଟିଂ ଆରମ୍ଭ କରିବାକୁ ଯାଇ ଦଳ ୪୯.୪ ଓଭରରେ ପ୍ରିତମ ଜେନାଙ୍କ ୫୦ ରନ, ଆୟୁଷ ମେହେରଙ୍କ ୩୯ ରନ, ତରଙ୍ଗ ଶର୍ମାଙ୍କ ୩୬ ରନ ଫଳରେ ଦଳ ୨୧୨ ରନ କରିଥିଲେ । କଟାପାଲି ଦୁର୍ଗା ଅଗ୍ରୱାଲ ୩ ୱିକେଟ, ସାଜନ ସାହୁ ୨ ୱିକେଟ, ଜ୍ୟୋତି ସେଠ୍ ୨ ୱିକେଟ ନେଇଥିଲେ । ଜବାବରେ କଟାପାଲି ଦଳ ୪୦.୧ ଓଭରରେ ୧୫୧ରେ ଅଲ୍ ଆଉଟ୍ ହୋଇ ମ୍ୟାଚ୍‌କୁ ୬୧ ରନରେ ହାରି ଯାଇଥିଲେ । ଦଳ ପକ୍ଷରୁ ଶୃତିରାଜ୍ ମିଶ୍ର ୪୧ ରନ, ଜ୍ୟୋତି ୧୭ ରନ ଓ ଚକା ନାୟକ ୧୫ ରନ କରିଥଲେ । ବିକାଶ ପକ୍ଷରୁ ପ୍ରିତମ ଜେନା ୩ ୱିକେଟ, ରାହୁଲ୍ ଚୌଧୁରୀ ୨ ୱିକେଟ ଓ ନିଖିଲ ପାଢ଼ୀ ୧ ୱିକେଟ ନେଇଥିଲେ । ଖେଳ ପରିଚାଳନା କରିଥିଲେ ପ୍ରଦୀପ କୁମାର ଦାଶ ଓ ଶୁଭ ପାତ୍ର । ସ୍କୋରର ଥିଲେ ମନୋଜ ପାତ୍ର ।

jay balangir
Leave A Reply

Your email address will not be published.

20 − seventeen =