pakka

ଧାମରା ସଂଘ ଦ୍ୱାରା କାନ୍ତକବିଙ୍କ ଜୟନ୍ତୀ ପାଳିତ

bbehera
  • କାନ୍ତକବିଙ୍କ ଉଚ୍ଚାଙ୍ଗ ସାହିତ୍ୟ ଭୂମିରୁ ଭୂମା ପର୍ଯ୍ୟନ୍ତ ପରିବ୍ୟାପ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଧାମରା ସଂଘ ତରଫରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ତମ ଜୟନ୍ତୀ ପାଳନ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବ, ସାଧାରଣ ସଂପାଦକ ଭଗବାନ ରାଉତଙ୍କ ଆବାହକତ୍ୱ ତଥା ଅକ୍ଷୟ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ସୁଧୀର ମିଶ୍ର ସମ୍ମାନିତ ଅତିଥି ଓ ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ମହାରଣା ମୁଖ୍ୟବକ୍ତା ଭାବେ ଯୋଗଦେଇ କାନ୍ତକବିଙ୍କ ଜୀବନୀ ଓ ସାରସ୍ୱତ ସାଧନା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଆବାହନୀ ସଂଗୀତ ଗାନ କରିଥିବା ବେଳେ କବିଙ୍କ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଓ ଦିବଙ୍ଗତ ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟଅତିଥି ଶ୍ରୀ ନାୟକ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀ ମିଶ୍ର କାନ୍ତକବିଙ୍କୁ ମହିମା ମଣ୍ଡିତ, ବିଚିତ୍ର ବିଶ୍ୱକର୍ମା, ଗାଳ୍ପିକ, ସାମ୍ବାଦିକ, କବି, ସାରସ୍ୱତ ସାଧକ, ନାଟ୍ୟକାର ରୂପେ ଅବହିତ କରି ତାଙ୍କ କୃତି ଓ ପ୍ରତିଦାନ ଗଳ୍ପ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଡଃ ମହାରଣା କାନ୍ତକବିଙ୍କୁ ଜଣେ ଦରଦୀ ମଣିଷ, ବିଦଗ୍ଧ ସ୍ରଷ୍ଟା, କରୁଣ ଓ ହାସ୍ୟରସର ସମନ୍ବୟ, ଅପ୍ରତିଦ୍ଵନ୍ଦୀ ସ୍ରଷ୍ଟା ଓ ପ୍ରତିଭାଦର କବି ଭାବେ ବର୍ଣ୍ଣନା କରିବା ସହ ତାଙ୍କ ମଧ୍ୟରେ ଆଶାବାଦ ଓ ଜାତୀୟତାବୋଧ ଥିଲା ବୋଲି ପ୍ରକାଶ କରିଥିଲେ । ତାଙ୍କ ଉଚ୍ଚାଙ୍ଗ ସାହିତ୍ୟ ଭୂମିରୁ ଭୂମା ପର୍ଯ୍ୟନ୍ତ ପରିବ୍ୟାପ୍ତ ବୋଲି ସେ ମତ ରଖିଥିଲେ । ଏହି ଅବସରରେ ରାଜକୁମାରୀ ଦେବୀ କବିଙ୍କ ଏକ କବିତା ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀବତ୍ସ କୁଅଁର, ରବି ନାୟକ, ମହେନ୍ଦ୍ର କୁମାର ମହାନ୍ତି ମଞ୍ଚାସୀନ ଥିଲେ । ସଭାପତି ଶ୍ରୀ ବେହେରା ସଭାପତିତ୍ୱ ଅଭିଭାଷଣ ଓ ସଂପାଦକ ଶ୍ରୀ ରାଉତ ସଂପାଦକୀୟ ବିବରଣୀ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଦୀପ କୁମାର ନାୟକ, ଶମ୍ଭୁନାଥ ପରିଡା, ଅମୂଲ୍ୟ କୁମାର ସେଠୀ, ଆଲୋକ ବେହେରା, ରମାକାନ୍ତ ପରିଡା, ଜଗନ୍ନାଥ ରାଉତ, ଶ୍ରୀପତି ଶୁକ୍ଳା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

9 + eleven =