csstore

ଆର୍‌ବି ହାଇସ୍କୁଲ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଏକ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ଉପସଭାପତି ବେଣୁମାଧବ ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ତିନିସେନାର ମୁଖ୍ୟ ରାୱତଙ୍କ ଅମର ଆତ୍ମାର ସତଗତି ନିମେନ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସଭାପତି ଶ୍ରୀ ଦୋରା ସମସ୍ତ ଆଲୁମିନିକୁ ସ୍ବାଗତ କରି ପ୍ଲାଟିନମ ଜୁବୁଲି ଉପଲେକ୍ଷ ବିସ୍ତିର୍ଣ୍ଣ ଆଲୋଚନା କରିଥିଲେ । ସଂପାଦକ ଡ.ବିରଞ୍ଚି ସାହୁ ପ୍ଲାଟିନମ ଜୁବୁଲିର ଅଗ୍ରଗତି ସଂପର୍କରେ ଆଲୋକପାତ କରିଥିଲେ । ସର୍ବ ସମ୍ମତି କ୍ରମେ ପ୍ଲାଟିନମ ଜୁବୁଲି ସମାରୋହକୁ ଆଗାମୀ ମାର୍ଚ୍ଚ ମାସର ୧୧, ୧୨ ଓ ୧୩ ତାରିଖ ତିନିଦିନ ବ୍ୟାପୀ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ ଆଲୁମିନି ଦେୟ ଉପରେ ଆଲୋଚନା କରିଥିଲେ । ଏଡ଼ଭୋକେଟ ଅଜିତ କୁମାର ଶତପଥୀ ଏକ ଶିକ୍ଷାର ମଶାଲ ନୃସିଂହନାଥରୁ ଅଣାଯାଇ ବୋଡାସମ୍ବର ଅଞ୍ଚଳର ସମସ୍ତ ଗ୍ରାମକୁ ପରିକ୍ରମା କରିବା ଉପରେ ମତ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ପଚାଶ ଜଣ ପୁରାତନ ଛାତ୍ର ଯୋଗଦାନ କରିଥିଲେ । ବୈଠକରେ ଅନ୍ୟତମ ଉପସଭାପତି ମନୋରଞ୍ଜନ ସିଂ ବରିହା, ଡା.ଜୟ ନାରାୟଣ ତ୍ରିପାଠୀ, ସହସମ୍ପାଦକ ଗୋବିନ୍ଦ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ, ଆଳୁମିନି ମଧ୍ୟରେ ଶ୍ୟାମପଦ ସିହ୍ନା, ପ୍ରାଧ୍ୟାପକ କୃଷ୍ଣ ମୋହନ ପଣ୍ତା, ଜିତେନ୍ଦ୍ର ନାଥ ଗୁରୁ, ତୀର୍ଥବାସୀ ପଣ୍ତା, ଡା.ଅଶୋକ ଦାଶ, ଶ୍ୟାମ ସାହୁ, ରାଜ ଯୋଶୀ, ରବି ଦୋରା, ଉମେଶ ସାହୁ, ଅଶୋକ ବହିଦାର, ଡ.ପ୍ରମୋଦ ପାଢୀ, ପ୍ରଭାତ ବାରିକ, ଡ.ଲଲିତେନ୍ଦୁ ନାୟକ, ଗଙ୍ଗାଧର ପାଢୀ, କୁନାଲ ପାଣିଗ୍ରାହୀ, ଭାରତ ପଣ୍ତା, ରାକେଶ ସାହୁ, ଅଶ୍ବୀନୀ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଡ.ସାହୁ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରାଯାଇଥିଲା ।

jayashree
Leave A Reply

Your email address will not be published.