pakka

ପୋକ୍‌ସୋ ସଂପର୍କିତ ଆଇନ ସଚେତନତା ଶିବିର ଏବଂ ଆଲୋଚନା ଚକ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ବଲାଙ୍ଗିର ଆଇନ ମହାବିଦ୍ୟାଳୟର ସଭାଗୃହରେ ପୋକ୍‌ସୋ ଆକ୍ଟ ସଂପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସହିତ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଜିଲ୍ଲା ଜଜ୍‌ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଛନ୍ତି । ଆଜିର ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ସହ ପୋକ୍‌ସୋ ଆକ୍ଟ ସଂପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଶିବିରରେ ନିମନ୍ତ୍ରିତ ଅତିଥି ପ୍ରଶାନ୍ତ କୁମାର ନାୟକ ପୋକ୍‌ସୋ ଜଜ୍‌ ବିଭିନ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଐତିହାସିକ ରାୟ ଏବଂ ପୋକ୍‌ସୋ ସଂପର୍କିତ ବିଭିନ୍ନ ଆଇନ ସଂପର୍କିତ ତଥ୍ୟ ପ୍ରଦାନ କରିଥିଲେ । ଏହାପରେ ଜିଲ୍ଲାଜଜ୍‌ ପୋକ୍‌ସୋ ବିଚାର ବିଭାଗୀୟ କ୍ଷେତ୍ରରେ ଅପରାଧୀମାନଙ୍କୁ ଦଣ୍ଡବିଧାନକୁ ନେଇ ଉପୁଜୁଥିବା ବିଭିନ୍ନ ବାସ୍ତବିକ ସମସ୍ୟା ଗୁଡ଼ିକ ଉପସ୍ଥାପନ କରିଥିଲେ ଏବଂ ଅପରାଧୀମାନଙ୍କୁ କଠୋର ଦଣ୍ଡବିଧାନ କରିବା ପରିପ୍ରେକ୍ଷୀରେ ସମସ୍ତଙ୍କର ସହଯୋଗ କିଭଳି ଏକାନ୍ତ ଆବଶ୍ୟକ, ତାହା ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ ପ୍ରଧାନ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଆଲୋଚନା ଚକ୍ରରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥି ବୃନ୍ଦଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତକାଲି ଜିଲ୍ଲା ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ପତିତପାବନ ଏକାଡେ଼ମୀ ଠାରେ ପୋକ୍‌ସୋ ଜଜ୍‌ ଏବଂ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ବୃନ୍ଦଙ୍କ ଉପସ୍ଥିତିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆଇନ ସଂପର୍କରେ ସଚେତନ କରାଯାଇଥିଲା । ଜିଲ୍ଲା ଜଜ୍‌ଙ୍କ ଏଭଳି ପଦକ୍ଷେପକୁ ବିଦ୍ୟାଳୟ ଦ୍ୱାରା ପ୍ରଶଂସା କରାଯାଇଥିଲା ।

jay balangir
Leave A Reply

Your email address will not be published.

two × 4 =