ଜିଲ୍ଲା କ୍ରିକେଟ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : କଟାପାଲି, ଜୟନ୍ତୀ ଯୁବକ ସଂଘ, ଉତ୍କଳ ଶାନ୍ତି କ୍ଲବ, ଗୋଡଭଗା ସେଣ୍ଟ୍ରାଲ କ୍ଲବ ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହେଉଥିବା ଭିଜନ ୨୦-୨୪ ଅନ୍ତର୍ଗତ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ଗୁଡିକରେ କଟାପାଲି, ନବଜ୍ୟୋତି କ୍ଲବ, ଗୋଡଭଗା ସେଣ୍ଟ୍ରାଲ କ୍ଲବ, ଜୟନ୍ତୀ ଯୁବକ ସଂଘ ପ୍ରମୁଖ ବିଜୟୀ ହୋଇଛନ୍ତି । କଟାପାଲିଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ନବଜ୍ୟୋତି କ୍ରିକେଟ କ୍ଲବ, ଉତ୍କଳ ଶାନ୍ତି କ୍ଲବ ବିରୁଦ୍ଧରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ସୁନ୍ଦର ବାଗଙ୍କ ୮୫ ରନ, ମହମ୍ମଦ ଯାହିଦଙ୍କ ୧୭ ରନ ଫଳରେ ଦଳ ୨୦ ଓଭରରେ ୧୬୧/୫ ରନ କରିଥିଲେ । ଉତ୍କଳ ଶାନ୍ତି କ୍ଲବ ପକ୍ଷରୁ ସେକ ଫହିମ୍ ରାଜା ଓ ପିକେଶ ସ୍ୱା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଉତ୍କଳ ଶାନ୍ତି ଦଳ ଜୟଦିପଙ୍କ ୩୫ ରନ ଓ ହିମାଂଶୁଙ୍କ ୩୦ ରନ ସହ ଦଳ ମାତ୍ର ୧୦୯ ରନ କରି ନବଜ୍ୟୋତିଠାରୁ ୫୨ ରନରେ ହାରି ଯାଇଥିଲା । ଦ୍ଵିତୀୟ ମ୍ୟାଚ୍‌ରେ ଜୟ ହନୁମାନ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୦୪/୭ ରନ କରିଥିଲେ । ଦଳ ପକ୍ଷରୁ ଖୁସବୁ ଭୋଇ ୨୭ ରନ, ବେଲାଲସେନ ପ୍ରଧାନ ୨୫ ରନ କରିଥିଲେ । କଟାପାଲି ପକ୍ଷରୁ ବିର୍ସା ବାଗ ଓ ।ସାହନ ସାହୁ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ କଟାପାଲି ଦଳର ସୃତିରାଜ ମିଶ୍ର ୬୫ ରନ ଫଳରେ ଦଳ ବିଜୟ ସୂଚକ ରନ ସଂଗ୍ରହ କରି ମ୍ୟାଚ୍‌କୁ ୮ ୱିକେଟରେ ଜିତି ନେଇଥିଲା । ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଜୟନ୍ତୀ ଯୁବକ ସଂଘ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଦେବେଶ ବଗାରଙ୍କ ସୁନ୍ଦର ୯୮ ରନ ଓ ଅଜିତ ସ୍ୱାଇଁଙ୍କ ୩୫ ରନ ଫଳରେ ପଞ୍ଚାୟତ କଲେଜ ବିରୋଧରେ ୧୬୯/୩ ରନ କରିଥିଲେ । ପଞ୍ଚାୟତ କଲେଜ ପକ୍ଷରୁ ଅଭୟ ଶର୍ମା ଓ ଦୀପକ ବେହେରା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ପଞ୍ଚାୟତ କଲେଜ ଦଳ ମନିଶ ଜୟସ୍ୱାଲଙ୍କ ୨୪ ରନ ଓ ପ୍ରିନ୍ସ କଳେତଙ୍କ ୨୦ ରନ ସହ ମାତ୍ର ୧୧୫ ରନ କରି ଅଲ୍ ଆଉଟ୍ ହୋଇଯିବା ଫଳରେ ଜୟନ୍ତୀ ଯୁବକ ସଂଘ ମ୍ୟାଚ୍‌କୁ ୫୪ ରନରେ ଜିତି ନେଇଥିଲା । ଦଳ ପକ୍ଷରୁ ଅଭିଷେକ ମାହାନା, ଜିଆୟୂର୍ ରେହେମାନ, ସୌମ୍ୟ ରଥ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଦ୍ଵିତୀୟ ମ୍ୟାଚ୍ ଗୋଡଭଗା ସେଣ୍ଟ୍ରାଲ ଦଳ, ରବିଦାସ କ୍ଲବ ବିରୁଦ୍ଧରେ ବ୍ୟାଟିଂ ଆରମ୍ଭ କରି ପ୍ରଭଞ୍ଜନ ସାହୁଙ୍କ ଧୂଆଁଧାର ୭୬ ରନ ଓ ସୌରଭ ନାୟକଙ୍କ ଧୂଆଁଧାର ୭୪ ରନ ଫଳରେ ଦଳ ୨୦ ଓଭରରେ ୨୧୧/୫ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ରବିଦାସ କ୍ଲବ ପକ୍ଷରୁ ଆଶୁତୋଷ ମାହାନା ୩ ୱିକେଟ ନେଇଥିଲେ । ଜବାବରେ ରବିଦାସ କ୍ଲବ ମାତ୍ର ୯୧ ରନରେ ଅଲ୍ ଆଉଟ୍ ହୋଇଯିବା ଫଳରେ ଗୋଡଭଗା ସେଣ୍ଟ୍ରାଲ ଦଳ ମ୍ୟାଚ୍‌କୁ ୧୨୦ ରନରେ ଜିତି ନେଇଥିଲା । ଗୋଡଭଗା ସେଣ୍ଟ୍ରାଲ ଦଳ ପକ୍ଷରୁ ଲୋକନାଥ ମହାପାତ୍ର ଓ ଖିରେଶ୍ୱର୍ ଭୋଇ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଖେଳଗୁଡ଼ିକୁ ପ୍ରଦୀପ ଦାଶ, ଶୁଭମ୍ ପାତ୍ର, ଆନନ୍ଦ ହୋତା ଓ ପ୍ରୟାସ ବଗାର ପରିଚାଳନା କରିଥିବା ବେଳେ ରଜତ ଦାଶ ଓ ମନୋଜ ପାତ୍ର ସ୍କୋରର ଥିଲେ ।

Leave A Reply

Your email address will not be published.

nineteen + fifteen =

error: Content is protected !!