ରାଜ୍ୟସ୍ତରୀୟ ଥାଇବକ୍ସିଙ୍ଗ ଚାମ୍ପିୟନ ସିପ୍‌ରେ ପୁରୀ ଜିଲ୍ଲା ଡେଲାଙ୍ଗ ତୃତୀୟ ସ୍ଥାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅନୁଗୁଳ ତାଲେଚେର ସାଉଥ ବଲଣ୍ଡାଠାରେ ରାଜ୍ୟସ୍ତରୀୟ ଥାଇ ବକ୍ସଙ୍ଗି ଚାମ୍ପିୟନସିପ୍‌ -୨୦୨୧, ନଭେମ୍ବର-୨୭, ୨୮ ଦୁଇଦିନ ଅନୁଷ୍ଟିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲା ପକ୍ଷରୁ ଡେଲାଙ୍ଗ ସ୍ପୋର୍ଟସ ଏକାଡେମୀର ୧୯ଜଣ କ୍ରୀଡାବିତ ଅଂଶ ଗ୍ରହଣ କରି ପୁରୀଜିଲ୍ଲା କୁ ରାଜ୍ୟସ୍ତରରେ ପୁରୀ ଜିଲ୍ଲାକୁ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି । ଏଥିରେ କରିସ୍ମା, ପ୍ରଲୀପ୍ତା, ପ୍ରକାଶ, ଜ୍ୟୋତି, କାହ୍ନା, ସାନୁ, ଶିବା, ବର୍ଷା, ଓମ୍‌ ପ୍ରମୁଖ ୯ଜଣ ଗୋଲ୍ଡ ମେଡାଲ, ଲିପ୍ସା, ରାଜା, ଅସ୍ଵିନୀ, ବିବେକାନନ୍ଦ, ଅଭିଷେକ, ସାଇ ପ୍ରମୁଖ ୬ଜଣ ସିଲିଭର ମେଡାଲ ଓ ସରୋଜିନୀ, ନିଶାର ଅଲ୍ଲୀ, ସାନ୍ତାନୁ ବିଶ୍ଵଜିତ ପ୍ରମୁଖ ୪ ଜଣ ବ୍ରୋଞ୍ଜ ମେଡାଲ ପାଇ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ସାରା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେଥିପାଇଁ ଡେଲାଙ୍ଗ ସ୍ପୋର୍ଟସ ଏକାଡେମୀର ସମସ୍ତ ଖେଳାଳି ଓ କାର୍ଯ୍ୟକର୍ତାଙ୍କୁ ପୁରୀ ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ମଣ୍ଡଳ ଶିକ୍ଷାଧିକାରୀ ନିରଞ୍ଜନ ପାତ୍ର, ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ପିଟିଏ ସଭାପତି ନବଘନ ପରିଡା ପ୍ରମୁଖ ପ୍ରଶଂସା କରିବା ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

16 + ten =

error: Content is protected !!