ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ସାତବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୋଟିଏ ପଟେ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରୀକରଣ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ଆଜି ବି କେତେକ ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଯାହାର ଦାୟିତ୍ୱ ନେବା ସତେ ଯେମିତି ସରକାର ଭୁଲି ଯାଇଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାତବନ୍ଧ ଗ୍ରାମରେ । ସୂଚନା ଅନୁସାରେ ସାତବନ୍ଧ ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ନ ଥିବାରୁ ଛାତ୍ରଛାତ୍ରୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟରେ ୪୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି । ବାଳକମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନ ଥିବାରୁ ପିଲାମାନେ ଝାଡ଼ା, ପରିସ୍ରା ପାଇଁ ବାହାରକୁ ଯାଇଥାନ୍ତି ଯାହାକି ବିପଦଜନକ ଅଟେ । ୫ଟି ଶ୍ରେଣୀ ପାଇଁ ବର୍ତ୍ତମାନ ଗୋଟିଏ ଶ୍ରେଣୀ ଅଛି ଦୁଇଟି ଶ୍ରେଣୀ କୋଠରୀ ନିର୍ମାଣ ଚାଲିଛି । ଏଥିପ୍ରତି ରାଜ୍ୟ ସରକାର ବ୍ୟବସ୍ଥା କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ସାତବନ୍ଧ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

3 × 2 =

error: Content is protected !!