ଲକ୍ଷ୍ମୀ ମେହେର ଆତ୍ମହତ୍ୟା ଘଟଣା, ଉଚିତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କଲା ସିନାପାଲି ମେହେର ଯୁବାମଞ୍ଚ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ମେହେର ଯୁବାମଞ୍ଚ ତରଫରୁ ଲକ୍ଷ୍ମୀ ମେହେର ଆତ୍ମହତ୍ୟା ଘଟଣାକୁ ନେଇ ଉଚିତ୍ ତଦନ୍ତ ଓ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନଙ୍କୁ ନିବେଦନ କରିଛନ୍ତି । ନିବେଦନ ପତ୍ରଟିକୁ ସିନାପାଲି ଥାନା ସବ୍ଇନ୍ସପେକ୍ଟର ବବିତା ରାଣି ପୁହାଣ ଗ୍ରହଣ କରିଥିଲେ । ସୁଚନାଯୋଗ୍ୟଯେ ଗତ ୧୪/୧୦/୨୦୨୧ ରିଖ ଦିନ ସିନାପାଲି ସହରର ଲକ୍ଷ୍ମୀ ମେହେର ଆତ୍ମହତ୍ୟା କରିଥିଲେ । ପ୍ରଥମେ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଆସୁଥିବା ନିଜ ପ୍ରେମିକଙ୍କ ପ୍ରତାରଣା କାରଣରୁ ଲକ୍ଷ୍ମୀ ଆତ୍ମହତ୍ୟା କରି ଜୀବନ ହାରିଥିବା ନେଇ ଲକ୍ଷ୍ମୀଙ୍କ ମା’ ଗତ ୧୫/୧୦/୨୦୨୧ ରିଖ ଦିନ ସିନାପାଲି ଥାନାରେ ଅଭିଯୋଗ ଦେଇଥିଲେ । ଏହି ଅଭିଯୋଗକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଲକ୍ଷ୍ମୀର ଆତ୍ମହତ୍ୟା ପାଇଁ ଦାୟୀ କୁହାଯାଉଥିବା ସଂପୃକ୍ତ ପ୍ରେମିକଙ୍କ ବିରୋଧରେ ଏ ଯାଏଁ ପ୍ରଶାସନ କୌଣସି ଆଖି ଦିଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି । ପୁରୁଷ ଶୁନ୍ୟ ପରିବାରର ଏକମାତ୍ର ଲକ୍ଷ୍ମୀ । ବଜାରରେ ପନିପରିବା ବିକ୍ରୀ କରି ନିଜ ମା’ଙ୍କୁ ଭରଣପୋଷଣ କରୁଥିଲେ । ଲକ୍ଷ୍ମୀଙ୍କ ମୃତ୍ୟୁ ପରେ ମା’ ନିଃସହାୟ ହୋଇ ପଡିଛନ୍ତି । ଝିଅର ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଲଢେଇ କରିବା ତ ଦୂରର କଥା ଦୁଇଓଲି ଖାଇବା ଯୋଗାଡ଼ କରିବା ମଧ୍ୟ ତାଙ୍କ ପାଇଁ ସମସ୍ୟା ହୋଇ ଯାଇଛି । ଏନେଇ ସିନାପାଲି ମେହେର ଯୁବାମଞ୍ଚ ତରଫରୁ ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନଙ୍କୁ ଦୋଷୀ ବିରୁଦ୍ଧରେ ଉଚିତ୍ ତଦନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଯଦି ଏହି ମା’ ଝିଅଙ୍କୁ ଉଚିତ୍ ନ୍ୟାୟ ନ ମିଳେ ଓ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ । ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ବିରାଟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ସିନାପାଲି ଯୁବାମଞ୍ଚ ସଦସ୍ୟ ଆଲୋକ ମେହେର, ସଂଜୀବ ମେହେର, ଅରୁଣ ମେହେର, ନରସିଂହ ମେହେର, ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 2 =