om academy

ସିନାପାଲି ଅଙ୍ଗନବାଡି କର୍ମୀ ସଂଘ ତରଫରୁ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

jsm

ନୂଆପଡ଼ା, (ନିରାକାର ମେହେର) : ଅଲ୍‌ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କସ ଆସୋସିଏସନ୍‌ର ନିର୍ଦ୍ଦେଶ କ୍ରମେ ଗତକାଲି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଙ୍ଗନବାଡି କର୍ମୀ ସଂଘ ତରଫରୁ ବିଭିନ୍ନ ସମସ୍ୟା ନେଇ ସିନାପାଲି ବିଡିଓ ସଦାଶିବ ନାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୨ଦଫା ଦାବୀ ନେଇ ଦାବୀପତ୍ର ପ୍ରଦାନ କରିଛନ୍ତି । ସିନାପାଲି ବିଡିଓ ଶ୍ରୀ ନାୟକ ନଥିବା ବେଳେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଅନୁସାରେ ଅଙ୍ଗନବାଡି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରାଯାଉ । ଯେ ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମଚାରୀମାନଙ୍କୁ ସରକାରୀ ଚାକିରି ମାନ୍ୟତା ଘୋଷଣା କରାନଯାଇଛି ସେ ପର୍ଯ୍ୟନ୍ତ ମାସିକ ୧୮ହଜାର ଓ ସହାୟିକାମାନଙ୍କୁ ୯ହଜାର ଟଙ୍କା ବେତନ ପ୍ରଦାନ କରାଯାଉ । ମିନି ଅଙ୍ଗନବାଡିମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦିଆଯାଉ । କରୋନାରେ ମୃତ୍ୟୁବରଣ କରିଥିବା ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ କେନ୍ଦ୍ର ସରକାର ଘୋଷଣା କରିଥିବା ୫୦ହଜାର ଟଙ୍କା ପ୍ରଦାନ କରାଯିବା ସହ ରାଜ୍ୟ ସରକାର ଦ୍ୱାରା ଘୋଷିତ ୬୦ ବର୍ଷ ପର୍ଯ୍ୟନ୍ତ ମାସିକ ୭ହଜାର ୫ଶହ ଟଙ୍କା ଭତ୍ତା ପ୍ରଦାନ ଓ ପରିବାରର ଜଣକୁ ଚାକିରି ଦିଆଯାଉ । ଅବସର କାଳୀନ ସହାୟତା ରାଶି ୫୦ହଜାର ଲକ୍ଷ ଟଙ୍କା ସହିତ ମାସିକ ୫ ହଜାର ଟଙ୍କା ଦିଆଯାଉ । ଛୁଟିଦିନ ରବିବାର କାର୍ଯ୍ୟ କରିବା ପାଇଁ ପ୍ରଶାସନ ତରଫରୁ ଚିଠି କରାଯାଉ ଏବଂ ଉଚିତ୍ ପାରିଶ୍ରମିକ ପ୍ରଦାନ କରାଯାଉ । ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀମାନଙ୍କୁ ବାଦ ଦିଆଯାଉ । ବଜାର ମୂଲ୍ୟକୁ ଆଖି ଆଗରେ ରଖି ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରାଯାଉ ଇତ୍ୟାଦି ସମେତ ବିଭିନ୍ନ ସମସ୍ୟା ଦାବୀପତ୍ରରେ ଉଲେଖ୍ୟ କରାଯାଇଛି । ସିନାପାଲି ଅଙ୍ଗନବାଡି କର୍ମୀ ସଂଘ ସଭାପତି ପ୍ରେମ ବଲ୍ଲରି ହରପାଲଙ୍କ ନେତୃତ୍ୱରେ ଅଙ୍ଗନବାଡି ସଂଘ ସମ୍ପାଦିକା ଭାନୁମତୀ ନାଏକ, ଅଙ୍ଗନବାଡି ସଂଘ ଉପସଭାପତି ଉର୍ମିଳା ସୁନାନୀ,
ପୂର୍ବତନ ଜିଲ୍ଲା ସଭାପତି କବିତା ସାହୁ, ପୂର୍ବତନ ଅଙ୍ଗନବାଡି ସଂଘ ବ୍ଲକ ସଭାପତି ଜାନକି ମେହେର, ଅଙ୍ଗନବାଡି ସଂଘ ଉପସଭାପତି ଉର୍ମିଳା ସୁନାନୀ, ବେଲମତୀ ମାଝି, ତରୁଲତା ଭୋଇ, ବନିତା ଜଗତ, ସାବିତ୍ରୀ ହରିଜନ, ସଜନୀ ବୈଠାରୁ, ରଜୁଲା ସୁନାନୀ ସମେତ ଅନେକ ଅଙ୍ଗନବାଡି କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.