ସମ୍ବଲପୁର, (କେପିଏନ୍ଏସ୍) : ଆଜି କୋଭିଡ୍ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବୁର୍ଲା ଭିମ୍ସାରରେ ସମୀକ୍ଷା ବୈଠକ କରି ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ହେବ ବୁର୍ଲା ଭିମ୍ସାରରେ ବୋଲି ସୂଚନା ଦେଇଛନ୍ତି । ମେଡିସିନ୍ ବିଭାଗର ନୂଆ କୋଠାରେ ୨୫୦ ଶଯ୍ୟା ଓ ୫୦ଟି ଆଇସିୟୁ ବୃଦ୍ଧି କରାଯିବ । ୧୦ ଦିନ ଭିତରେ ନୂଆ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ ହେବ । ବର୍ତ୍ତମାନ ଥିବା କୋଭିଡ୍ ହସ୍ପିଟାଲରେ ମଧ୍ୟ ଆଉ ୩୦ ଆଇସିୟୁ ବୃଦ୍ଧି ପାଇବ ହେବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍, ଭୀମ୍ସାର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଜିଲ୍ଲାପାଳ ଓ ସିଡିଏମ୍ଓଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହା ପରେ ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ଼ ଗସ୍ତ କରିଛନ୍ତି ।