pakka

କୋଭିଡ୍‌ ଗ୍ରାଫ ତଳ ମୁହାଁ : ଜିଲ୍ଲାରେ କମୁଛି ସଂକ୍ରମଣ

bbehera
  • ସମସ୍ତେ କୋଭିଡ କଟକଣା ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ସଫଳ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଗ୍ରାଫ୍ ଲଗାତାର ଭାବେ ତଳମୁହାଁ ହେବାରେ ଲାଗିଛିା । ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ସ୍ଥିତିର ପ୍ରତିଦିନ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜନଜୀବନକୁ ବିଶେଷ ବ୍ୟାହତ ନ କରି କରୋନା କଟକଣାକୁ ସଠିକ୍ ଭାବରେ ପାଳନ କରାଯିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ମୃତ୍ୟୁ ଶୂନ ରହିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ କରୋନାର ତୃତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ନେଇଥିବା ଆବଶ୍ୟକ ପଦକ୍ଷେପରେ ଜନସାଧାରଣଙ୍କ ସ୍ୱତଃ ସହଯୋଗ ଫଳରେ ଜିଲ୍ଲାର କୋଭିଡ ସଂକ୍ରମଣ କମିବା ସହ କୋଭିଡ ଗ୍ରାଫ ତଳ ମୁହାଁ ହେବା ଜିଲ୍ଲା ପାଇଁ ଶୁଭ ସୂଚନା । ଜାନୁଆରୀ ୩୧ରେ ୧୩୨୬ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ଏବେ ଜିଲ୍ଲାରେ ଆକ୍ଟିଭ ରୋଗୀ ସଂଖ୍ୟା ୪୮୯ ରହିଛି । ୧୭ ଜାନୁଆରୀରେ ଜିଲ୍ଲାରେ ସର୍ବାଧିକ ୯୫୨ଟି ଆକ୍ଟିଭ କେସ୍‌ ଥିଲା ବେଳେ ଏବେ ଏହି ସଂଖ୍ୟା କମିବାରେ ଲାଗିଛି । ଜିଲ୍ଲାର କରୋନା ଆରୋଗ୍ୟ ସଂଖ୍ୟା ୨୧୬୬ ଥିବା ବେଳେ ଏହାର ହାର ୯୬.୫୭ ପ୍ରତିଶତ ରହିଛି । ୩୧ତାରିଖରେ ଜିଲ୍ଲାରେ ୯୮୮ ଜଣଙ୍କୁ କରୋନା ଟୀକା ଦିଆଯାଇଛି । ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କୁ ହୋମ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଇଛି ଏବଂ ଏଥିରେ ବି ସଫଳତା ମିଳିଛି । ଜିଲ୍ଲା ପ୍ରଶାସନ ତରଫରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଅଧିକାରୀମାନେ ଏବଂ ରାପିଡ଼ ରେସପୋନ୍ସ ଟିମ୍‌ର ଡାକ୍ତର ଏବଂ ସହାୟକ ଦଳ ଅବସ୍ଥା ଉପରେ ନଜର ରଖିଛନ୍ତି । ଜିଲ୍ଲାର କୋଭିଡ ନୋଡାଲ ଅଧିକାରୀ ଡେପୁଟି କଲେକ୍ଟର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପ୍ରତିଦିନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରୁଛନ୍ତି । ଫେବୃଆରି ମାସ ପାଇଁ ସରକାରଙ୍କ କୋଭିଡ ନିର୍ଦ୍ଦେଶାବଳି ଜାରି ହୋଇଥିବାରୁ ଏହାକୁ ସମସ୍ତେ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

20 − eight =