csstore

ପଦ୍ମପୁରରେ ହେବ କାଳୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କଲେଜ ରୋଡ ସ୍ଥିତ କାଳୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସରେ କରାଯିବା ପାଇଁ କାଳୀ ମନ୍ଦିର କମିଟି ତରଫରୁ ଜଣାଯାଇଛି । ନିମ୍ନ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କରାଯିବା ପାଇଁ ସ୍ଥିରୀକୃତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ମାସ ୫ ତାରିଖ ଫାଲଗୁନ ଶୁକ୍ଳପକ୍ଷ ତୃତୀୟା ଶନିବାର ଦିନରେ ମଣ୍ଡଳ କରଣ ସମେତ ଅପରାହ୍ନ ୩ ଘଟିକା ସମୟରେ କଳସଯାତ୍ରା, ମାର୍ଚ୍ଚ ମାସ ୬ ତାରିଖ ରବିବାର ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଥୀ ଦିବସରେ ମଣ୍ଡପ ଦେବତା ଆବାହନ, ରତ୍ନମୁଦ, ଯୁପାଧିବାସ, ବିଗ୍ରହ ଅଧିବାସ, ଧାନ୍ୟାଭିଷେକ, ଅଗ୍ନି ସ୍ଥାପନ ହେବାକୁ ଥିବା ବେଳେ ମାର୍ଚ୍ଚ ମାସ ୭ତାରିଖ ସୋମବାର ଫାଲଗୁନ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଗ୍ରହ ନ୍ୟାସ, ପ୍ରାଣ ପ୍ରତିଷ୍ଠା, ଚଣ୍ଡୀପାଠ, ମଣ୍ଡପ ଦେବତା ହୋମ କାର୍ଯ୍ୟକ୍ରମ ମାର୍ଚ୍ଚ ମାସ ୮ ତାରିଖ ମଙ୍ଗଳବାର ଫାନଗୁନ ଶୁକ୍ଳ ପକ୍ଷ ଷଷ୍ଠୀ ଦିବସରେ କାଳୀଙ୍କର ଷୋଡ଼ଶ ଉପଚାର, ବଣ୍ଡିହୋମ, ଆବହିତ ଦେବତା ହୋମ ଏବଂ ଶେଷ ଦିବସ ମାର୍ଚ୍ଚ ମାସ ୯ ତାରିଖ ବୁଧବାର ଫାଲଗୁନ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଯୁପ ସ୍ଥାପନ, ଶିଖର କଳସ ସ୍ଥାପନ, ବିଗ୍ରହ ପ୍ରବେଶ ପରେ ପୂର୍ଣ୍ଣାହୁତିର କାର୍ଯ୍ୟକ୍ରମ ରଖାଯାଇଛି ଏଣୁ ଶ୍ରଦ୍ଧାଳୁ ଭକ୍ତମାନେ ମୁକ୍ତ ହସ୍ତରେ ଦାନ କରିବାକୁ କମିଟି ପକ୍ଷରୁ ନିବେଦନ କରିଛନ୍ତି । ଏ ପରିପ୍ରେକ୍ଷୀରେ ମନ୍ଦିର କମିଟିର ସମ୍ପାଦକ ସୌମ୍ୟଜିତ ପାଢି, ସଭାପତି ଶିବରାମ ବୈକାର, ସଦସ୍ୟ ମେଜର ଚିତ୍ତରଞ୍ଜନ ଦାଶ, ଉଦୟ ରଞ୍ଜନ ବହିଦାର, ତାପସ କୁମାର ନାଏକ, ଦିଲ୍ଲିପ କୁମାର ଦୋରା, ହେମନ୍ତ ପଟ୍ଟନାୟକ, ରଜନୀକାନ୍ତ ବହିଦାର, ଶାଶ୍ୱତ କୁମାର ଦାସ ପ୍ରମୁଖ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.