ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନାର ଭୟାବହତା ଓ ସଂଖ୍ୟାକୁ ନଜରରେ ରଖି ବଲାଙ୍ଗିର ଜିଲ୍ଲା କଂଗ୍ରେସ ୨୪×୭ କୋଭିଡ କଣ୍ଟ୍ରୋଲ ସେଲ ଆରମ୍ଭ କରିଛି । ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହାରେଙ୍କ ଉପସ୍ଥିତିରେ ସ୍ତାନୀୟ କଂଗ୍ରେସ ଭବନ ଠାରେ ଏହି ସେବା ଯୋଗାଇ ଦିଆଯିବ । ଦିନକୁ ଦିନ କରୋନା ସଂକ୍ରମଣ ଜିଲ୍ଲାର ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳକୁ ବ୍ୟାପିଛି । ସରକାରୀ ବ୍ୟବସ୍ଥା ଥିବା ସତ୍ୱେ ଜନସାଧାରଣ ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜନସେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆବଶ୍ୟକ ମୁତାବକ ଲୋକେ କଂଗ୍ରେସ କଣ୍ଟ୍ରୋଲ ସେଲ ସହ ଯୋଗାଯୋଗ କରି କୋଭିଡ ସେବା ସହିତ, ପ୍ରବାସୀ, ରକ୍ତ, ଡାକକ୍ତରଖାନା ସମ୍ବନ୍ଧୀୟ ସମସ୍ତ ସେବା ପାଇ ପାରିବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । କଂଗ୍ରେସ କୋଭିଡ କଣ୍ଟ୍ରୋଲ ରୁମ ତରଫରୁ ବିଭିନ୍ନ ନମ୍ବର ଜାରି କରାଯାଇଛି । ମନୀଷ ମିଶ୍ର-୯୪୩୭୨୪୧୯୭୧, ବୁଲୁ ଦାନୀ-୯୪୩୭୧୫୦୯୦୦, ଅଜୟ ବାଲୀ-୯୭୭୬୨୯୪୮୧୬, ସାନନ୍ଦ ମିଶ୍ର-୯୪୩୭୯୦୫୯୪, ପ୍ରେମ ମିଶ୍ର-୯୪୩୮୨୮୫୬୦୭, ଶୁଭ୍ରାଂଶୁ ପଣ୍ଡା-୯୭୭୬୯୨୦୦୦୪, ଶ୍ରୀଧର ବାରିକ-୯୯୩୮୩୬୫୬୮୨, ଅଙ୍କିତ ସାହୁ-୬୩୭୦୯୮୨୮୮୩, ଅରବିନ୍ଦ ସାହୁ-୭୯୭୮୭୭୧୦୨୨ ସହିତ ଜିଲ୍ଲା ସଭାପତି ଦିଲୀପ ବେହେରା, ବିରେନ୍ଦ୍ର ମିଶ୍ର, କୈଳାସ ମିଶ୍ର, ସଞ୍ଜୟ ମିଶ୍ର, ଅଜୁ ସାଏ, କିରଣ ସେଠ, ଓମ ରାଉତ, ଅମୀୟ ବଗର୍ତ୍ତୀ ତଥା ବୁଲୁ ବେହେରାଙ୍କୁ ଆବଶ୍ୟକ ସ୍ଥଳେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।