om academy

କଂଟାବାଂଜିରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ

jsm

କଂଟାବାଂଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୯୪୮/ଏମରଜେନ୍ସି ଭି-୦୧/୨୧-ପି-ଆଇ ତା.୦୮.୦୫.୨୦୨୧ ମତେ ସୋମବାର ଦିନ କଂଟାବାଂଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମାଣ ହୋଇଥିବା ୩ ମହଳା ବିଶିଷ୍ଟ ଏମ.ସି.ଏଚ. ବିଲଡିଙ୍ଗକୁ କୋଭିଡ କେୟାର ସେଂଟର ଭାବେ କାର୍ଯ୍ୟକ୍ଷମ କରାଯାଇଛି । ଏହି କୋଭିଡ କେୟାର ସେଂଟରରେ ୧୦୦ ଶଯ୍ୟା ବିଶିଷ୍ଟ କରାଯାଇଛି ଯଦ୍ୱାରା ଅଂଚଳର କୋଭିଡ ସଂକ୍ରମିତ ରୋଗୀମାନେ ଉପକୃତ ହେବେ । ସ୍ଥାନୀୟ ତହସିଲଦାର ତଥା ଏକଜ୍ୟୁକ୍ୟୁଟିଭ ମାଜିଷ୍ଟ୍ରେଟ ଅଶୋକ କୁମାର ମାଝିଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଏହି କୋଭଡି ସେଂଟରର ସୁପରିଚାଳନା ପାଇଁ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ (ଅଥୋରାଇଜ୍‌ ପାର୍ସନ), ଡା. ସୌମ୍ୟଶ୍ରୀ ପ୍ରିତିଦର୍ଶନ ପଣ୍ଡା (ସିଏଚସି ଅଥୋରାଇଜ୍‌ ମେଡିକାଲ ଅଫିସର), ତହସିଲଦାର କଂଟାବାଂଜି ଅଶୋକ କୁମାର ମାଝି ଅତିରିକ୍ତ ନୋଡାଲ ଅଫିସିର ଭାବେ ଦାୟୀତ୍ୱ ତୁଲାଇବା ନେଇ ଆଦେଶ ରହିଛି । କଂଟାବାଂଜି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ସହ ପଡୋଶି ବେଲପଡା, ଖରିଆର ବ୍ଲକ ଅଂଚଳର କରୋନା ସଂକ୍ରମିତ ରୋଗୀ ଉପକୃତ ହେବେ ବୋଲି ଶ୍ରୀ ମାଝି କହିବା ସହିତ କଂଟାବାଂଜି ସରକାରୀ ଡାକ୍ତରଖାନାରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ଆବଶ୍ୟକ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡର ମହଯୁଦ ସାଂଗକୁ ହସପିଟାଲରେ ଥିବା ଅକ୍ସିଜେନ ସିଲିଣ୍ଡର ରୋଗୀମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.