om academy

ହରିୟାଣା ସରକାରଙ୍କ ବଡ ନିଷ୍ପତ୍ତି : ୫ ହଜାର ଟଙ୍କା ଲେଖାଏଁ ଗରିବ ଲୋକଙ୍କୁ ଦିଆଯିବ

jsm

ଚଣ୍ଡିଗଡ଼ : କରୋନା ଭାଇରସ ସଂକ୍ରମଣର ବୃଦ୍ଧି ଯୋଗୁଁ ବାଧ୍ୟତାମୂଳକ ପ୍ରତିବନ୍ଧକ ମଧ୍ୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହରିୟାଣା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦାରିଦ୍ର ସୀମାରେଖା (ବିପିଏଲ) ତଳେ ଥିବା ଲୋକଙ୍କୁ ରାଜ୍ୟ ସରକାର ୫ ହଜାର ଟଙ୍କା ଲେଖାଏଁ ଦେବେ । ଏହା ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଦାରିଦ୍ର ସୀମାରେଖା ତଳେ ଥିବା ପରିବାରମାନଙ୍କୁ ୫୦୦୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି କାରଣ ସେମାନଙ୍କର ଜୀବିକା ବନ୍ଦ ହୋଇଯାଇଛି ଏବଂ ସେମାନଙ୍କୁ କୋଭିଡ଼ ସଂକ୍ରମଣ ଯୋଗୁଁ ଅଲଗା ରହିବାକୁ ପଡ଼ିପାରେ । ତେଣୁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ।

ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ହରିୟାଣା ସରକାର ରବିବାର ଦିନ ଲକଡାଉନ୍ ଅବଧି ୧୭ ମଇକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ହରିୟାଣା ଗୃହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟ ଟ୍ୱିଟରରେ କହିଛନ୍ତି ଯେ ୧୦ ମଇରୁ ୧୭ ମେ ପର୍ୟ୍ୟନ୍ତ ଲକଡାଉନ୍ ଜାରି ରହିବ ।

Leave A Reply

Your email address will not be published.