om academy

ଏଣିକି ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବ ନାହିଁ : ଗଞ୍ଜାମ ଜିଲ୍ଲାପାଳ

jsm
  • ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ସେବନ ଜୀବନ ପ୍ରତି ବିପଦ
  • ଶୁଭକାର୍ଯ୍ୟ ବିବାହ ଓ ବ୍ରତ ଆଦି ସକାଶେ ଅନୁମତି ଗ୍ରହଣ ଜରୁରୀ
    ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋଭିଡ୍ ପରିଚାଳନା ବୈଠକରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନେଇଛନ୍ତି । ଯାହାକି, ଜିଲ୍ଲାରେ କାର୍ଯ୍ୟକାରୀ କରିବା ନେଇ ପ୍ରଶାସନ ସ୍ତରରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବା ଦିଗରେ ସୁଚାଇଛନ୍ତି । ଏଣିକି ଚିକିତ୍ସା କ୍ଷେତ୍ରରେ କୌଣସି ଅବହେଳା ହେବ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ସେବନ କରିବା ଜୀବନ ପ୍ରତି ବିପଦ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ଶୁଭକାର୍ୟ୍ୟ ବିବାହ ଓ ବ୍ରତ ଆଦି ସକାଶେ ଅନୁମତି ଗ୍ରହଣ କରିବା ଜରୁରୀ । କରୋନା ସଂକ୍ରମଣରୁ ଲୋକଙ୍କୁ ବଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ଡ।କ୍ତରୀ ଦଳ ଅହରହ ପ୍ରୟାସ ଜାରି ରଖିଛନ୍ତି, ତଥାପି କେତେକ ଅମାନିଆ ବ୍ୟକ୍ତି କରୋନାର ଭୟାବହତା ପ୍ରତି ଖାତିର ନକରି ପ୍ରଶାସନ ଦ୍ବାରା ଜାରୀ କରାଯାଇଥିବା ନୀତି ନିୟମର ଅନୁପାଳନ କରୁନାହାନ୍ତି । ବିନା ମାସ୍କରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ବ୍ୟବସାୟୀ ପ୍ରତିଷ୍ଠାନର ମାଲିକ ମାନେ ପଞ୍ଚସୂତ୍ରୀ ନିୟମ ପାଳନ କରୁନାହାନ୍ତି, ସେମାନଙ୍କ ଦୋକାନ ୧୯ ତାରିଖ ପର୍ୟ୍ୟନ୍ତ ବନ୍ଦ କରାଯିବ । ଯେଉଁ ମାନେ ବାହାଘର ସକାଶେ ଅନୁମତି ଗ୍ରହଣ କରୁଛନ୍ତି, ଏଣିକି ବାହାଘରରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରଦାନ କରିବେ ଏବଂ ବାହାଘର କେଉଁଭଳି କରିବେ ସେସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାହାଘର ପରିବାର ବର୍ଗଙ୍କର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଜରୁରୀ । ସଂକ୍ରମିତ ହୋଇଥିବା ଜଣା ପଡିଲେ ସେହି ବାହାଘରକୁ ଅନୁମତି ଦିଆଯିବ ନାହିଁ , ବୋଲି ଆଜି ଅନୁଷ୍ଠିତ କୋଭିଡ୍ ପରିଚାଳନା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଥିଲେ । ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ ଜଣାଇଥିଲେଯେ, ଗତ ଦୁଇତିନିଦିନ ମଧ୍ୟରେ ସବୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯାଇଛି । କୋଭିଡ୍ ପରିଚାଳନା ଦାୟୀତ୍ବରେ ଥିବା ଅଧିକାରୀ, ଚିକିତ୍ସକ କିମ୍ବା କର୍ମଚାରୀ କୌଣସି ଫୋନ୍ କଲ୍କୁ ଅବହେଳା କରନ୍ତୁ ନାହିଁ । ଫୋନ-କଲ୍‌ଟି ଗୁରୁତ୍ୱପୂଣ୍ଣ ଥିବ । ଏଣୁ ସମସ୍ତ ଫୋନ-କଲ୍ ର ଉତ୍ତର ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେମିତି ବି ହେଉ ଲୋକଙ୍କ ଜୀବନ ବଞ୍ଚାଇବାର ଅଛି । ଏହି ଲକ୍ଷ୍ୟ ନେଇ ସମସ୍ତେ କାଯ୍ୟ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ପରିବାର ବର୍ଗ ଜାଣିବା ଆବଶ୍ୟକ । ତେବେ ଯାଇ ପରିବାର ବର୍ଗ ଓ ଚିକିତ୍ସିତ ବ୍ୟକ୍ତିଙ୍କ ମନୋବଳ ସୁଦୃଢ ରହିବ । ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସହ ସୁସମ୍ପର୍କ ରଖି ତାଙ୍କସହ ଜୁମ୍ ଭିଡିଓ କଲ୍ କିମ୍ବା ଫୋନ୍ କଲ୍ କରି ତାଙ୍କ ବିଷୟରେ ପଚାରି ବୁଝନ୍ତୁ । ତେବେଯାଇ ତାଙ୍କ ମନୋବଳ ବଢିବ ଓ ସେ ସୁସ୍ଥ ହୋଇପାରିବେ । ଅତି ଜରୁରୀ ହେଲେ ତାଙ୍କୁ ସ୍ଥାନାନ୍ତର କରି ଉଚ୍ଚ ଚିକିତ୍ସା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ବ୍ରହ୍ମପୁର ସହର ଓ ଛତ୍ରପୁର ସହରରେ ଆଉ ଅତିରିକ୍ତ ଶହେ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯିବା ନିମନ୍ତେ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆର୍.ଆର୍.ଟି.କାଯ୍ୟ , ଆମ୍ବୁଲାନ୍ସ, ଟେଷ୍ଟ, ଅକ୍ସିଜେନ୍ ପରିଚାଳନା କିପରି ଚାଲିବ ଏବଂ କିପରି ତ୍ବରାନ୍ବୀତ ହେବ ସେ ବିଷୟରେ ସୁବିସ୍ତୃତ ଆଲୋଚନା ହୋଇଥିଲା । କରୋନା ଚିକିତ୍ସା ଦିଗରେ ବ୍ୟବହୃତ ହେଉଥିବା ସାମଗ୍ରୀ କଳାବଜାରୀ ଏବଂ ଅଧିକା ଦରରେ ବିକ୍ରି ହେଉଥିବା ପ୍ରଶାସନ ର ନଜରକୁ ଆସିଛି । ଏ ଦିଗରେ ଚଢାଉ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ ବିନା କେହି ଔଷଧ ସେବନ କରନ୍ତୁ ନାହିଁ । ଏହା ଜୀବନ ପ୍ରତି ବିପଦ । ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କିୟ ଗଣ ବାରମ୍ବାର ଫୋନ୍ କରି ଚିକିତ୍ସିତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝୁଛନ୍ତି ଏହିଭଳି କରିବା ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ଦିଗରେ ବ୍ୟଘାତ ସୃଷ୍ଟି ହେଉଛି । ଏଣୁ ସିମୀତ କଲ୍ ଏବଂ ସମୟ କୁ ଦେଖି ଫୋନ୍ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବ୍ଲକ୍ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ଅନୁରୋଧ ସେମାନେ ସମ୍ବାଦ ସଂଗ୍ରହ ସମୟରେ ନିଜ ପ୍ରତି ସତର୍କତା ଅବଲମ୍ବନ କରିବାପାଇଁ ଜିଲ୍ଲାପାଳ ଜଣାଇଥିଲେ । ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ୍, ବ୍ରହ୍ମପୁର ଏମ୍.କେ.ସି.ଜି.ମେଡିକାଲ ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Leave A Reply

Your email address will not be published.