pakka

ଦିନକରେ ୧୦ ହଜାର ଡେଇଁଲା ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୧୦,୪୧୩ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଶୀର୍ଷରେ, ବଲାଙ୍ଗିରରୁ ୧୬୦

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅସମ୍ଭାଳ ସ୍ଥିତିକୁ ଆସୁଛି ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୪୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୭୦୮୬ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୮୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୫୨୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୯୨, ବାଲେଶ୍ୱରରୁ ୧୨୪, ବରଗଡ଼ରୁ ୫୧୧, ଭଦ୍ରକରୁ ୨୦୧, ବଲାଙ୍ଗିରରୁ ୧୬୦, ବୌଦ୍ଧରୁ ୮୭, କଟକରୁ ୮୨୮, ଦେବଗଡ଼ରୁ ୧୦୩, ଢେ଼ଙ୍କାନାଳରୁ ୪୨, ଗଜପତିରୁ ୧୫୬, ଗଂଜାମରୁ ୨୩୨, ଜଗତସିଂହପୁରରୁ ୨୪୧, ଯାଜପୁରରୁ ୩୩୨, ଝାରସୁଗୁଡ଼ାରୁ ୪୪୨, କଳାହାଣ୍ଡିରୁ ୩୭୬, କନ୍ଧମାଳରୁ ୫୫, କେନ୍ଦ୍ରାପଡ଼ାରୁ ୭୭, କେଉଁଝରରୁ ୧୨୬, ଖୋର୍ଦ୍ଧାରୁ ୧୭୯୬, କୋରାପୁଟରୁ ୬୮, ମାଲକାନଗିରିରୁ ୫୪, ମୟୁରଭଂଜରୁ ୨୪୭, ନବରଂଗପୁରରୁ ୩୭୮, ନୟାଗଡ଼ରୁ ୨୧୮, ନୂଆପଡ଼ାରୁ ୪୧୮, ପୁରୀରୁ ୫୩୩, ରାୟଗଡ଼ାରୁ ୨୦୦, ସମ୍ବଲପୁରରୁ ୪୨୬, ସୋନପୁରରୁ ୧୩୦, ସୁନ୍ଦରଗଡ଼ରୁ ୧୧୦୦ ଓ ଷ୍ଟେଟ ପୁଲ୍‌ରୁ ୩୬୦ ଚିହ୍ନଟ ହୋଇଛନ୍ତି ।

jay balangir
Leave A Reply

Your email address will not be published.

five − five =