csstore

ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ୍‌’ ଆସନ୍ତା ୧୭ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ୍‌’ ଆସନ୍ତା ୧୭ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ । ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଫେସ୍‌ବୁକ୍‌ ଲାଇଭ୍‌, ଟ୍ୱିଟର୍‌ ଲାଇଭ୍‌ ଏବଂ ୟୁଟ୍ୟୁବ୍‌ରେ ୧୭ ତାରିଖ ଶନିବାର ସଂଧ୍ୟା ୫ଟା ସମୟରେ ଅନ୍‌ଲାଇନ୍‌ ଆସିବେ ବିବିଏମ୍‌ସିଏଚ୍‌ର ‘ଓ ଏଣ୍ଡ ଜି’ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ବିସ୍ମିତା ମଲ୍ଲିକ ଏବଂ ବିବିଏମ୍‌ସିଏଚ ସୁପରିଷ୍ଟେଣ୍ଡେଣ୍ଟ ଡ. ମହେନ୍ଦ୍ର କୁମାର ନାଏକ । ତେବେ ଡ. ମଲ୍ଲିକ ‘କୋଭିଡ୍‌ ଏଣ୍ଡ୍‌ ଏସ୍ପେକ୍ଟିଙ୍ଗ୍‌ ମଦର୍‌ସ୍‌’ ଉପରେ ଆଲୋଚନା କରିବେ ଏବଂ ଡ. ନାଏକ ‘ୟୁଜେସ୍‌ ଅଫ୍‌ ଫେଭିପିରାଭିର୍‌ ଡିଉରିଙ୍ଗ୍‌ କୋଭିଡ୍‌’ ସଂପର୍କରେ ଆଲୋଚନା କରିବେ ବୋଲି କୁହାଯାଇଛି । ପ୍ରଦତ୍ତ ଚିତ୍ରରେ ଅନ୍‌ଲାଇନ୍‌ ଆସିବା ପାଇଁ ଲିଙ୍କ ଦିଆଯାଇଛି । ତେବେ ବଲାଙ୍ଗିର ଜିଲ୍ଲାର ଜନସାଧାରଣ ଏହି ଲିଙ୍କରେ ଯୋଡ଼ି ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.