୩ ବର୍ଷର ଝିଅ ବାପାଙ୍କ ମୁଣ୍ଡରେ ଚଳେଇଦେଲା ଗୁଳି

ଟେନେସି : ଆମେରିକାର ଟେନେସିରେ ୩ ବର୍ଷର ଝିଅ କାର୍‌ ଭିତରେ ନିଜର ବାପାଙ୍କୁ ଗୁଳି କରିଥିବା ଅଭିଯୋଗ ଅଣାଯାଇଛି । ପୋଲିସ ଏହି ମାମଲାରେ କାର୍‌ରେ ଝିଅ ସହ ବସିଥିବା ମୃତକଙ୍କ ବନ୍ଧୁଙ୍କ ଉପରେ ଅଭିଯୋଗ ଲଗାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ଜାଣିଶୁଣି ଦୋସ୍ତଙ୍କ ହତ୍ୟା କରିବାକୁ ଝିଅକୁ ହତିଆର୍‌ ଖେଳିବା ପାଇଁ ଦେଇଥିଲେ । ଏହି ହତିଆର ପାଇଁ ଅଭିଯୁକ୍ତ ପାଖରେ ଲାଇସନ୍ସ ବି ନଥିବା କୁହାଯାଇଛି । ଏହି ଘଟଣା ଟେନେସିର ମୋମ୍ଫିଆ ସହରରେ ଘଟିଛି ।

Leave A Reply

Your email address will not be published.