csstore

ଗାନ୍ଧୀ ପାଠାଗାରରେ କରୋନା ପରୀକ୍ଷା ଓ ମାକ୍ସ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡା ଠାରେ ଥିବା ଗାନ୍ଧୀ ପାଠାଗାରରେ ଆଜି ସକାଳେ କରୋନା ପରୀକ୍ଷା ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ପୌର ପରିଷଦ ତରଫରୁ କରୋନା ପରୀକ୍ଷା କରାଯାଇଥିବା ବେଳେ ଗାନ୍ଧୀ ପାଠାଗାର ପକ୍ଷରୁ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସଂଗେ ସଂଗେ ମାକ୍ସ ବଣ୍ଟନ କରାଯାଇଥିଲା । ସ୍ୱତଃପ୍ରବୃତ୍ତ ଭାବରେ ୧୨୦ ଜଣ ବ୍ୟକ୍ତି ସେମାନଙ୍କ କରୋନା ପରୀକ୍ଷା କରାଇଥିଲେ । ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ କରୋନା ପରୀକ୍ଷା କରାଯାଉଛି । ସେହି କ୍ରମରେ ଗାନ୍ଧୀ ପାଠାଗାରରେ ଶୁକ୍ରବାର କରୋନା ପରୀକ୍ଷା କରାଯାଇଥିଲା । ଆଜିର ଏହି କାର୍ଯ୍ୟାକ୍ରମ ଅତିରିକ୍ତ ଆସିଷ୍ଟାଣ୍ଡ କଲେକ୍ଟର ବିନୋଦ କୁମାର ନାୟକଙ୍କ ତତ୍ୱାବଧନରେ ଏଲଟି ଦେବାଶୀଷ ମିଶ୍ର, ଏଲଟି ଅନୁମିତା ସ୍ୱାଇଁ, ଭିକୁରାମ ଭୋଇ, ଦେବରାଜ ମୁଗ୍ରୀ, ରଙ୍କଜ ସାହୁ, ପୌର ପରିଷଦର ବୁଦ୍ଧିରାମ ତାଣ୍ଡି, ଆର୍ତ୍ତତ୍ରାଣ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଟିକ୍ରାପଡା ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକଙ୍କ ନେତୃତ୍ୱରେ ପୂର୍ବବତନ ସଭାପତି ଭଗବାନ ବଗର୍ତ୍ତି, ସଂଗ୍ରାମ ବହିଦାର, ପ୍ରମୋଦ ସାହୁ, ଦୟାନିଧି ବେହେରା ପ୍ରମୁଖ ଉପସ୍ଥିତ ରିହି ଲୋକଙ୍କୁ କରୋନା ବିଷୟରେ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ପାଠାଗରର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିବା ସହ ମାକ୍ସ ବଣ୍ଟନ କରିବା ଏବଂ ଲୋକଙ୍କୁ ସଚେତନ କରିଥିଲେ ।

jayashree
Leave A Reply

Your email address will not be published.