ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତ ୬୭ : ବଙ୍ଗୋମୁଣ୍ଡା ବ୍ଲକ୍‌ରୁ ୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରା.ପ.ରୁ ୩, ବଲାଙ୍ଗିର ବ୍ଲକ୍‌ ଖୁଜେନପାଲି ଗ୍ରା.ପ.ରୁ ୧, କୁଡ଼ାସିଂଗା ଗ୍ରା.ପ.ରୁ ୧ ଓ ମାଧିଆପାଲି ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୮ ଓ ୧୫ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ଝରିଆଲ ଗ୍ରା.ପ.ରୁ ୪ ଓ ସିନ୍ଧେକେଲା ଗ୍ରା.ପ.ରୁ ୯, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୨ ଓ ସୁଲେକେଲା ଗ୍ରା.ପ.ରୁ ୯, ଗୁଡ଼ଭେଲା ବ୍ଲକ୍‌ ଡୁଙ୍ଗିବାହାଲ ଗ୍ରା.ପ.ରୁ ୧ ଓ ଗୁଡ଼ଭେଲା ଗ୍ରା.ପ.ରୁ ୨, ତୁଷୁରା ଏନ୍‌ଏସି ୱାର୍ଡ ନଂ.୭ରୁ ୨ ଓ ୫ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧ରୁ ୧ ଓ ୬ରୁ ୧, ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୨, ପାଟଣାଗଡ଼ ବ୍ଲକ ସୋଲବନ୍ଧ ଓ ଭଇଁଷା ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ. ୭, ୧୧, ୨, ୧୪ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଲକ୍‌ କୁଇକେଡ଼ା ଓ କନ୍ଧକେଲଗାଁ ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ବ୍ଲକ୍‌ ବିଜେପୁର, ଲୁଥୁରବନ୍ଧ ଓ ବିନେକେଲା ଗ୍ରା.ପ.ରୁ ଜଣେ ଲେଖାଏଁ ଓ ବାନ୍‌ଜିପଦର ଗ୍ରା.ପ.ରୁ ୨ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ. ୬ରୁ ୩, ୮ରୁ ୧, ୧୧ରୁ ୧, ୧୨ରୁ ୧ ଓ ୧୪ରୁ ୧, ତୁରେକେଲା ବ୍ଲକ୍‌ ବଡ଼ବାଙ୍କି ଗ୍ରା.ପ.ରୁ ୧ ଓ ତୁରେକେଲା ଗ୍ରା.ପ.ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଆଜି ଯାଏଁ ୭୪୯୦ ଜଣ ସଂକ୍ରମିତ ହୋଇଥିବା ବେଳେ ୬୯୮୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ୪୭୨ ଜଣ ଆକ୍ରାନ୍ତ ଏବେ ଜିଲ୍ଲାରେ ଏକ୍‌ଟିଭ୍‌ ରହିଛନ୍ତି ।

Leave A Reply

Your email address will not be published.