ଅବସରପ୍ରାପ୍ତ ପୋଲିସ କର୍ମଚାରୀ ରାହାସ ବିହାରୀ ରାଉତଙ୍କ ପରଲୋକ

ବଲାଙ୍ଗିର,(କେପିଏନ୍‌ଏସ୍‌) : ଗତକାଲି ରାତ୍ର ୧୧.୩୦ା ସମୟରେ ଇନ୍ଦିରାନଗର ସ୍ଥିତ ତାଙ୍କ ବାସଭବନରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ରାହାସ ବିହାରୀ ରାଉତଙ୍କ ପରଲୋକ ହୋଇଯାଇଛି । ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ୱର୍ଗତ ରାଉତ ଥିଲେ ଜଣେ ସୁପରିଚିତ, ମେଳାପୀ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ ଶ୍ରୀକାନ୍ତ ରାଉତ ଓ ଅନନ୍ତ ରାଉତ, ଝିଅ କିଶୋରୀ ଚନ୍ଦନ, ବୋହୁ, ନାତି, ନାତୁଣି ଉପସ୍ଥିତ ଥିଲେ । ଆଜି ଟିଟିଲାଗଡ ରୋଡ ସ୍ଥିତ ସ୍ମଶାନ ଘାଟରେ ଜେଷ୍ଠ୍ୟ ପୁଅ କିଶୋର କୁମାର ରାଉତ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ଜ୍ଞାତି କୁଟୁମ୍ବ, ବନ୍ଧୁବର୍ଗ, ପୋଲିସ କର୍ମଚାରୀ ଓ ପଡାବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.