ବୃକ୍ଷ ରୋପଣ କରି ଅନ୍ୟ ରାଜନେତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ପାଣ୍ଡବ ସାହୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବୟସ ବଢି ବଢି ଚାଲିଛି । ଯୁଗ ବି ବଦଳିବାରେ ଲାଗିଛି କିନ୍ତୁ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ରାଜନୀତି । ତେବେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ କଥା । ସେଜଣେ ସମାଜସେବୀ ଓ କିଛି ବର୍ଷ ପୂର୍ବରୁ ବିଜେପିରେ ସାମିଲ ହେବା ପରେ ଏବେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଅନେକ ସ୍ଵପ୍ନ ରହିଛି ତାଙ୍କ ମନରେ ଗାଁ ଗାଁର ବିକାଶ ହେବ, ଲୋକଙ୍କ ସମସ୍ୟାର ସମାଧାନ ହେବ । ଲୋକଙ୍କ ଦୁଃଖ ସୁଖର ସାଥି ମଧ୍ୟ ହୋଇଛନ୍ତି । ଅନ୍ୟ ରାଜନେତାଙ୍କ ପାଇଁ ଏବେ ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ଗ୍ରାମରେ ଏକ ପାର୍କ ଓ ବିଭିନ୍ନ ପ୍ରକାରର ଗଛ ଲଗାଇ ଚର୍ଚ୍ଚାରେ । ତେବେ ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତ ତେଣ୍ଡଳୀପାଳି ଗ୍ରାମ ସାଉଁନ୍ତଉପେର ଗିରି ଗୋବର୍ଦ୍ଧନ ପାହାଡ ନିକଟରେ ଥିବା ଜମି ଗୁଡିକରେ ଶତାଧିକ ବୃକ୍ଷ ରୋପଣ କରିଛନ୍ତି । ତେବେ ଏହାକୁ ଦେଖିବା ପାଇଁ ଖୁଦ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା, ଟିଟିଲାଗଡ଼ ଉପ ଜିଲ୍ଲାପାଳ ସୁମେଶ ଉପାଧ୍ୟକ୍ଷ, ସଇଁନ୍ତଳା ବିଡ଼ିଓ ଦେବାଶିଷ ସାମଲ, ଯନ୍ତ୍ରୀ ହେମେନ୍ଦ୍ର ନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବୃକ୍ଷ ରୋପଣ କରି ଅନ୍ୟ ରାଜନେତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଧନ୍ୟବାଦ ଜଣାଇଥିଲେ ବଲାଙ୍ଗିର ଜିଲ୍ଲାପାଳ । କିଭଳି ଭାବରେ ଏହାକୁ ଉନ୍ନତି କରିହେବ ତାହାର ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.