କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଆହ୍ଵାନରେ ୨୬ ନଭେମ୍ଵର ସାଧାରଣ ଧର୍ମଘଟ ସଫଳତା ପାଇଁ ଜିଲ୍ଲାର ସମସ୍ତ ଵ୍ଲକ ଘେରିବ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ

ବାଲେଶ୍ଵର, (ଅର୍ଜୁନ କୁମାର ହଂସ) : ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଵାଲେଶ୍ବର ଜିଲ୍ଲା କମିଟି ଵୈଠକ ଜିଲ୍ଲା ସଭାପତି ପ୍ରତିଭା ପାଲଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇ ସମଗ୍ର ଆଇସିଡିଏସ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯେଉଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରାକ ଵିଦ୍ୟାଳୟ ଶିଶୁ ପୋଷାକ ସିଲେଇ ସଂସ୍ଥା ଥିଲେହିଁ ସେହି ସ୍ଵୟଂ ସହାୟକ ଗୋଷ୍ଠୀ ଶିଶୁ ପୋଷାକ ଯୋଗାଣ କରିବା ପାଇଁ, ନଚେତ ପ୍ରତ୍ୟେକ ଅଙ୍ଗନଓ୍ଵାଡି କେନ୍ଦ୍ରର ମିଳିତ ଯାଞ୍ଚ କମିଟି ଖାତାକୁ ଟଙ୍କା ଦେଵା ପାଇଁ ସରକାରୀ ନିର୍ଦ୍ଦେଶ ଦିଆ ଯାଇଥିଵା ଵେଳେ, ଯାଲେଶ୍ଵର ଜିଲ୍ଲାରେ କୌଣସି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶିଶୁ ପୋଷାକ ସିଲେଇ ଶିଳ୍ପ ନଥାଇ ମଧ୍ୟ କେତେକ ସିଡିପିଓ ସ୍ଵୟଂସହାୟକ ଗୋଷ୍ଠୀ ଆଢୁଆଳରେ ଵେପାରୀମାନଙ୍କୁ ପୋଷାକ ଯୋଗାଣ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଭିଜିଲାନସ ତଦନ୍ତ ହେଵା ଆଵଶ୍ୟକ। ପ୍ରାକ ଵିଦ୍ୟାଳୟ ଶିଶୁଙ୍କୁ ସ୍ଵେଟର ପ୍ରଦାନ ସମ୍ପର୍କରେ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ନାମା ଯଥା: ଯେଉଁ ସ୍ଵୟଂ ସହାୟକ ଗୋଷ୍ଠୀର ସ୍ଵେଟର ଵୁଣା ୟୁନିଟ ଥିଵ ଓ ସେମାନେ ଯୋଗାଣା ସମ୍ମତି ଦେଵେ ତାଙ୍କଠୁ ସଂଗ୍ରହ କରାଯିଵ, ନଚେତ ଅଙ୍ଗନଓ୍ଵାଡି କର୍ମୀ ସ୍ଥାନୀୟ ଵଜାରରୁ କ୍ରୟ କରି ଵଣ୍ଟନ କରିଵେ । ପ୍ରକାଶ ଥାଉକି, ଜିଲ୍ଲାରେ କୌଣସି ସ୍ଵୟଂ ସହାୟକ ଗୋଷ୍ଠୀର ଏଭଳି ୟୁନିଟ ନାହିଁ, କିନ୍ତୁ ସ୍ଵୟଂ ସହାୟକ ଗୋଷ୍ଠୀ ନାମରେ କେତକ ଵ୍ୟଵସାୟୀ ଏହାର ଟେଣ୍ଡର ନେଵାର ଷଡଯନ୍ତ୍ରରେ ଅଛନ୍ତି। ଏହି ଚୋରା ଵେପାର ଵନ୍ଦ କରି ସରକାରୀ ନିର୍ଦ୍ଦେଶ କାର୍ୟ୍ୟକାରୀ କରାଯାଉ।ଏହି ଦାଵି ସହ ଅଙ୍ଗନଓ୍ଵାଡି କର୍ମୀ ଓ ସହାୟିକାଙ୍କ ସମେତ ସମସ୍ତ ସ୍କିମ ଓ୍ଵାର୍କରଙ୍କୁ ଓ୍ଵାର୍କର ମାନ୍ୟତା ପ୍ରଦାନ,ଆଇସିଡିଏସ ଵ୍ୟତିତ ଅନ୍ୟ କାର୍ୟ୍ୟରେ ଅଙ୍ଗନଓ୍ଵାଡି କର୍ମୀଙ୍କୁ ସାମିଲ ନକରିଵା,ଆଵଶ୍ୟକତା ଅନୁସାରେ ଅଙ୍ଗନଓ୍ଵାଡିକୁ ଚାଉଳ ଯୋଗାଣ,ଖାଲିଥିଵା ସୁପରଭାଇଜର ପଦଵୀରେ ଅଙ୍ଗନଓ୍ଵାଡି କର୍ମୀଙ୍କୁ ପଦୋନ୍ନତି,ଏସଏନପି ଓ ଟିଏଚ ଆର ର ନିୟମିତ ଦେୟ ପ୍ରଦାନ ଓ ଅନ୍ୟାନ୍ୟ ଦାଵିରେ ୨୬ନଭେମ୍ଵର ସର୍ଵ ଭାରତୀୟ ସାଧାରଣ ଧର୍ମଘଟର ସଫଳତା ପାଇଁ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ପକ୍ଷରୁ ପ୍ରତ୍ୟେକ ଵ୍ଲକ ସମ୍ମୁଖରେ ଵିକ୍ଷୋଭ ସହ ଵ୍ଳକ ଅଚଳ ରଖାଯିଵ।ଏହି ଵୈଠକରେ ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ ଵିଵରଣୀ ଉପସ୍ଥାପନ କରିଥିଵା ଵେଳ ଏହି ଵୈଠକରେ ଏଆଇଟିୟୁସି ର ରାଜ୍ୟ ଉପସାଧାରଣ ସମ୍ପାଦକ ତଥା ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ରାଜ୍ୟ କାର୍ୟକାରୀ ସଭାପତି ଵିଜୟ ଜେନା, ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ସମାଜସେଵୀ ମନୋରଞ୍ଜନ ଦାସ, ଶାନ୍ତିପ୍ରିୟା ଜେନା, ଶାନ୍ତିଲତା ମାଝୀ, କଳ୍ପନା ଦେ, ସୁଷମା ପାତ୍ର, ନିଷାମଣୀ ନାୟକ, ପୁର୍ଣ୍ଣିମା ସାହୁ, ମାନିନୀ ଆଚାର୍ୟ୍ୟ, ନିର୍ଵାସିନୀ ପ୍ରଧାନ, ନିଳିମା ଜେନା, ରିଙ୍କି ହାଲଦାର, ଅଞ୍ଜଳୀ ପାତ୍ର, ଅନ୍ନପୁର୍ଣ୍ଣା ପ୍ରଧାନ, ଲକ୍ଷ୍ମୀ ପ୍ରିୟା, ସିପ୍ରା ପ୍ରମୁଖ ଯୋଗ ଦେଇ ସମସ୍ୟା ସମ୍ପର୍କରେ ଆଲୋଚନା ସହ ଧର୍ମଘଟର ସଫଳତା ପାଇଁ ଆଲୋଚନା କରିଥିଲେ ।

Leave A Reply

Your email address will not be published.