ଥାନା ଭିତରେ ଅଭିଯୁକ୍ତକୁ ମାଡ ଘଟଣା : ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ : ନିଲମ୍ବିତ ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ଥାନାରେ ନିଯୁକ୍ତି ମନା

ଭୁବନେଶ୍ୱର : ଥାନା ଭିତରେ ଅଭିଯୁକ୍ତକୁ ମାଡ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ରାଜ୍ୟ ମାନବାଧିକାର କମିସନ । କେନ୍ଦୁଝର ଜିଲ୍ଲା ପାଟଣା ଥାନାରୁ ନିଲମ୍ବିତ ଆଇଆଇସି ସଧ୍ୟାରାଣୀ ଜେନାଙ୍କୁ ଆଗାମୀ ୨ ବର୍ଷ ପାଇଁ ଥାନାରେ ନିଯୁକ୍ତି ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣାରେ ଆଇଆଇସି ଥିବା ବେଳେ ଜଣେ ଅଭିଯୁକ୍ତକୁ ଠେଙ୍ଗାରେ ନିସ୍ତୁକ ମାଡ ମାରିବା ତଥା ଗୋଇଠା ମାରିବା ସମୟର ଭିଡିଓ ଭାଇରାଲ ହେବା ପରେ ତତ୍‌କାଳୀନ ଆଇଆଇସି ସନ୍ଧ୍ୟାରାଣୀ ନିଲମ୍ବିତ ହୋଇଥିଲେ । ଏହି ମାମଲାରେ ଓଏଚଆରସି ତାଙ୍କର ରାୟ ଦେଇ ସଂଧ୍ୟାରାଣୀଙ୍କୁ ଆହୁରି ତାଲିମ ଦିଆଯାଉ ବୋଲି କହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.