jsm

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

csstore

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୯୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୨, ଭଦ୍ରକରୁ ୨, କଟକରୁ ୭୦, ଜଗତସିଂହପୁରରୁ ୬, ଯାଜପୁରରୁ ୨, କଳାହାଣ୍ଡିରୁ ୩, ଖୋର୍ଦ୍ଧାରୁ ୧୮୭, କୋରାପୁଟରୁ ୩, ମୟୁରଭଞ୍ଜରୁ ୨, ନୟାଗଡରୁ ୨, ନୂଆପଡାରୁ ୪, ପୁରୀରୁ ୨, ରାୟଗଡାରୁ ୧, ସମ୍ବଲପୁରରୁ ୭, ସୋନପୁରରୁ ୧, ସୁନ୍ଦରଗଡରୁ ୩, ଷ୍ଟେଟପୁଲରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି ।

yuvodaya
Leave A Reply

Your email address will not be published.