ଲୋକେ ଆଶ୍ୱସ୍ତ, ଖସୁଛି କରୋନା ସଂକ୍ରମଣ : ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖସୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଲୋକେ ଆଶ୍ୱସ୍ତ ହେଉଛନ୍ତି ଧୀରେ ଧୀରେ । ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୧୬ ରହିଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୱାର୍ଡ ନଂ.୧ରୁ ଜଣେ ମାତ୍ର ଆକ୍ରାନ୍ତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଳକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ମକୁନ୍ଦପୁର ଗ୍ରା.ପ.ରୁ ୧, ତୁଷୁରା ଏନ୍‌ଏସି ୱାର୍ଡ ନଂ.୫ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୪ ଓ ୧୪ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ୍‌ ଚଲକି ଗ୍ରା.ପ.ରୁ ୩ ଓ ଗୁଡ଼ିଘାଟ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ତମିଆଁ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୮ରୁ ୨, ସଇଁନ୍ତଲା ବ୍ଲକ୍‌ କୁଅାଁରଗାଁ ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ ତୁରେକେଲା ଓ ବୁରୋମାଲ ଗ୍ରା.ପ.ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ମାତ୍ର ୨୭୮ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.