କଂଟାବାଂଜି ସହରାଂଚଳରେ ଚୋରୀ ରାହାଜାନୀ ବଢ଼ୁଛି, ପୋଲିସ ନିଷ୍କ୍ରିୟ : ବ୍ୟାଙ୍କ ପରିସରରୁ ଝାଂପି ନେଲେ ୭ ଲକ୍ଷ ୩୮ ହଜାର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରର ମୁଖ୍ୟ ପେଣ୍ଠସ୍ଥଳିରେ ଥିବା ଆନ୍ଧ୍ରା ବ୍ୟାଙ୍କ ଶାଖା ପରିସରରୁ ଦୁଇ ଜଣଙ୍କଠାରୁ ୭ ଲକ୍ଷ ୩୮ ହଜାର ଟଙ୍କା ମଂଗଲବାର ଦ୍ୱିପ୍ରହରରେ ଝାମ୍ପିନେଲେ ଦୁବୃର୍ତ୍ତ । ମିଳିଥିବା ସୂଚନାରୁ ଜଣାଯାଏ ଯେ ବେଲପଡା ଥାନା ମଧ୍ୟପୁର ଗାଁର ରାଜାରାମ ନାୟକଙ୍କଠାରୁ ୭ଲକ୍ଷ ଟଙ୍କା ଓ କଂଟାବାଂଜି ଥାନା ଡୁମେରଚୁଆଁ ଗାଁର ବୁଠି ପରାଭୁଏଙ୍କ ସ୍ତ୍ରୀ ଉମା ପରାଭୁଏଙ୍କଠାରୁ ୩୮ହଜାର ଟଙ୍କା ବ୍ୟାଙ୍କରୁ ବାହାର କରି ବ୍ୟାଙ୍କ ବାହାରକୁ ଆସିବା ମଧ୍ୟରେ ପୃଥକ ପୃଥକ ଦୁଇ ପଲସର ମୋଟର ସାଇକଲରେ ପ୍ରସ୍ତୁତ ରହିଥିବା ଦୁବୃର୍ତ୍ତମାନେ ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି । ତତ୍‌କ୍ଷଣାତ ଖୋଜା ଖୋଜି କରିବା ମଧ୍ୟରେ ମୋଟର ସାଇକଲରେ ଦୁବୃତ୍ତମାନେ କେଉଁ ଆଡେ ଫେରାର ହେଲେ, ତାର କୌଣସି ଖୋଜ୍‌ ଖବର୍‌ ମିଳ ନଥିଲା । କଂଟାବାଂଜି ପୋଲିସରେ ଦିଆଯାଇଥିବା ଅଭିଯୋଗ ଆଧାରରେ ପୋଲିସ ଅଧିକ ଅନୁସଂଧାନ କରୁଥିବା ବେଳେ ଏହି ଖବର ଲେଖିବା ମଧ୍ୟରେ ଥାନାରେ ଦୁଇଟି ଲିଖିତ ଅଭିଯୋଗ ହୋଇଛି । ସେହିପରି ନିକଟରେ କଂଟାବାଂଜିର ଆଇନଜୀବୀ ଅଭିମନ୍ୟୁ ନାଗ ବ୍ୟାଙ୍କରୁ ୧ଲକ୍ଷ ୨ହଜାର ଟଙ୍କା ବାହାର କରି ନିଜ ମୋଟର ସାଇକଲ ଡିକିରେ ରଖିବା ମଧ୍ୟରେ ଚୋରି ହୋଇଥିଲା । ପୋଲିସରେ ଅଭିଯୋଗ ଦେଲା ପରେ ମଧ୍ୟ ବର୍ତ୍ତମାନ ଯାଏ କୌଣସି ଖୋଜ ଖବର ମିଳି ନ ଥିବା ଶ୍ରୀ ନାଗ କହିଛନ୍ତି । କଂଟାବାଂଜି ସହରରେ ଥିବା ବ୍ୟାଙ୍କଗୁଡିକ ଅଂଚଳରେ ଦୈନନ୍ଦିନ ଚୋରୀ, ରାହାଜାନି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୋଲିସର ନିଷ୍କ୍ରିୟତା ଉପରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.