ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୪୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୧୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୭, ଭଦ୍ରକରୁ ୪, କଟକରୁ ୫୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୭, ଯାଜପୁରରୁ ୪, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧, କେଉଁଝରରୁ ୧, ଖୋର୍ଦ୍ଧାରୁ ୧୮୯, ମୟୁରଭଞ୍ଜରୁ ୨, ନୟାଗଡରୁ ୧, ନୂଆପଡାରୁ ୭, ପୁରୀରୁ ୪, ରାୟଗଡାରୁ ୫, ସମ୍ବଲପୁରରୁ ୫, ସୁନ୍ଦରଗଡରୁ ୧୩, ଷ୍ଟେଟପୁଲରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

17 − five =

error: Content is protected !!