pakka

ବଲାଙ୍ଗିର ଜିଲ୍ଲାରେ ୩୨ ଜଣ କରୋନା ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ଜଣେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ମାତ୍ର ଜଣେ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୯ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ୍‌ ଦେଉଲଗୁଡ଼ି ଗ୍ରା.ପ.ରୁ ୩ ଜଣ ଓ ଗୁଡ଼ଭେଲାରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୪ରୁ ୫ ଜଣ, ଖପ୍ରାଖୋଲ ବ୍ଳକ୍‌ ଭରୁଆମୁଣ୍ଡା ଗ୍ରା.ପ.ରୁ ୫ ଜଣ ଓ ଲାଠୋର ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ଜଣେ, ୧୦ରୁ ୨ ଜଣ, ୧୨ରୁ ଜଣେ ୧୩ରୁ ୫ ଜଣ, ସଇଁନ୍ତଲା ବ୍ଲକ୍‌ ଟିକ୍ରାପଡ଼ା ଗ୍ରା.ପ.ରୁ ଜଣେ ଓ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ୍‌ ଅଦାବାହାଲ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧୦ ଓ ୫ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ମାତ୍ର ୨୪୨ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

jay balangir
Leave A Reply

Your email address will not be published.

12 + nine =