pakka

ଗତ ୨୪ ଘଂଟାରେ ରାଜ୍ୟରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୫୮୦୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୬୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୬୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୦୪, ବାଲେଶ୍ୱରରୁ ୨୬୨, ବରଗଡ଼ରୁ ୫୦, ଭଦ୍ରକରୁ ୧୭୮, ବଲାଙ୍ଗିରରୁ ୩୬, ବୌଦ୍ଧରୁ ୮୪, କଟକରୁ ୪୩୮, ଦେବଗଡ଼ରୁ ୨୮, ଢେ଼ଙ୍କାନାଳରୁ ୧୧୪, ଗଜପତିରୁ ୧୮, ଗଂଜାମରୁ ୧୮, ଜଗତସିଂହପୁରରୁ ୯୨, ଯାଜପୁରରୁ ୩୦୫, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୪୮, କେନ୍ଦ୍ରାପଡ଼ାରୁ ୧୨୦, କେଉଁଝରରୁ ୬୮, ଖୋର୍ଦ୍ଧାରୁ ୫୦୬, କୋରାପୁଟରୁ ୮୦, ମାଲକାନଗିରିରୁ ୫୬, ମୟୁରଭଂଜରୁ ୧୧୨, ନବରଂଗପୁରରୁ ୧୦୮, ନୟାଗଡ଼ରୁ ୧୦୬, ନୂଆପଡ଼ାରୁ ୧୯, ପୁରୀରୁ ୧୯୯, ରାୟଗଡ଼ାରୁ ୭୯, ସମ୍ବଲପୁରରୁ ୩୭, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୮୩ ଓ ଷ୍ଟେଟ ପୁଲ୍‌ରୁ ୬୪ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

eighteen + fourteen =